କରୋନା ଯୋଦ୍ଧାଙ୍କୁ ଘରକୁ ନ ଫେରିବାକୁ କହିଲେ ସିଏମ୍‌ଓ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପାଖରେ ଏକ ଅଜବ ଧରଣର ଅପିଲ କରିଛନ୍ତି। ଏଭଳି ଅପିଲକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗାଜିଆବାଦର ସିଏମ୍‌ଓ (CMO) ନିଜେ ଜଣେ ଡାକ୍ତର ହୋଇ କିପରି ଏପରି କରିପାରୁଛନ୍ତି ବୋଲି କହିଛନ୍ତି ପାରାମେଡିକାଲ କର୍ମଚାରୀ।

ସିଏମ୍‌ଓ କହିଛନ୍ତି, ଗାଜିଆବାଦରୁ ଦିଲ୍ଲୀ ଯାଉଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ସେଠାରେ କିଛି ଦିନ ରୁହନ୍ତୁ। ପରିସ୍ଥିତିର ସୁଧାର ଆସିବା ପରେ ସେମାନେ ଗାଜିଆବାଦ ଫେରିପାରିବେ।

ଖବର ଅନୁଯାୟୀ, ଦିଲ୍ଲୀରେ କରୋନା ଭାଇରସର ସ୍ଥିତି ଜଟିଳ ଥବାରୁ ସଂକ୍ରମଣର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଦିଲ୍ଲୀରେ ଥିବା କୋଭିଡ-୧୯ ମେଡିକାଲରେ ବାହାର ରାଜ୍ୟରୁ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀମାନେ ସେବା ପାଇଁ ନିୟୋଜିତ ହୋଇଛନ୍ତି। ଏହି ବିପଦ ସମୟରେ ଗାଜିଆବାଦରୁ କିଛି ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଦିଲ୍ଲୀରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଗାଜିଆବାଦାର ସିଏମ୍‌ଓ  ଡାକ୍ତର ନରେନ୍ଦ୍ର ଗୁପ୍ତା ଆରଡବ୍ଲ୍ୟୁଏକୁ ନିବେଦନ କରିଛନ୍ତି ଯେ, ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ସେମାନଙ୍କୁ ସେବା ଯୋଗାଉଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ କିଛି ଦିନ ଦିଲ୍ଲୀରେ ରୁହନ୍ତୁ। ସେମାନଙ୍କଠୁ ସଂକ୍ରମଣ ବ୍ୟାପିବାର ଭୟ ରହୁଛି ବୋଲି କହିଛନ୍ତି।

ଗୋଟିଏ ପଟେ ସମଗ୍ର ଦେଶ ଆମର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ କରୋନା ବିରୁଦ୍ଧରେ ସର୍ବଶ୍ରେଷ୍ଠ ଯୋଦ୍ଧା ଭାବରେ ସମ୍ମାନିତ କରୁଛନ୍ତି।  ସେନା ଏବଂ ବାୟୁସେନା ସେମାନଙ୍କ ସମ୍ମାନାର୍ଥେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। କିନ୍ତୁ ଅନ୍ୟ ପଟେ କୁହାଯାଉଛି ଯେ, ସେମାନଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିବାର ଭୟ ରହୁଛି।

ଗାଜିଆବାଦରେ ୧୧୬ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଗାଜିଆବଦା ସହର ଏବେ ଅରେଞ୍ଜ ଜୋନ୍‌ରେ ଥିବା ଜଣାପଡିଛି।

You might also like