ପ୍ରତିରକ୍ଷା ବିଭାଗକୁ ୧ କୋଟି ଦାନ କଲେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ: ଅବସର ନେବାର ଦୀର୍ଘ ୪୦ ବର୍ଷ ପରେ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତାଙ୍କ ଚାକିରି ଜୀବନ କାଳ ମଧ୍ୟରେ ଯାହା ବି ସଞ୍ଚୟ କରିଥିଲେ, ସେସବୁକୁ ପ୍ରତିରକ୍ଷା ବିଭାଗକୁ ଦାନ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସିବିଆର ପ୍ରସାଦ ଏହି ଅର୍ଥ ଦାନ କରିଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ଧନ, ସମ୍ପତ୍ତି ଲୋଭରେ ଆଜିର ଦିନରେ ମଣିଷ ମଣିଷକୁ ଚିହ୍ନି ପାରୁ ନ ଥିବାବେଳେ ୭୪ ବର୍ଷୀୟ ସିବିଆର ପ୍ରସାଦ ମୋଟ୍‌ ୧ କୋଟି ୮ଲକ୍ଷ ଟଙ୍କା ବାୟୁସେନାକୁ ଦାନ କରିଛନ୍ତି।

୯ ବର୍ଷ ଧରି ବାୟୁସନାରେ ଏୟାର୍‌ମ୍ୟାନ୍‌ ଭାବେ ସିବିଆର ପ୍ରସାଦ କାର୍ଯ୍ୟ କରୁଥିଲେ। ଏହାପରେ ସେ ଅବସର ନେଇଥିଲେ। ଅବସର ନେବା ପରେ ଏକ କୁକୁଡ଼ା ଫାର୍ମ କରି ସିବିଆର୍‌ ବେଶ୍‌ ସଫଳତା ପାଇଛନ୍ତି।

You might also like