ଛଳନା, ହିଂସା ଓ ବର୍ବରତାର ସୀମା ଟପିଲା ମଣିଷ; ଗର୍ଭବତୀ ହାତୀକୁ ଏମିତି ହତ୍ୟା କଲା
ମଲ୍ଲାମପୁରମ: ଛଳନା, ହିଂସା ଓ ବର୍ବରତାର ସୀମା ଟପିଲା ମଣିଷ। ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଘୃଣ୍ୟ ଉଦାହରଣ। ଏଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ୍ରେ।
ଅଭିଯୋଗ ଅନୁସାରେ, ଗତ ମାସ ୨୭ ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ମଣିଷର ଛଳନାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହାତୀ ପ୍ରାଣ ବିକଳରେ ଏକ ନଦୀ ଭିତରକୁ ପଶିଯାଇଥିଲା। ନଦୀରେ ଠିଆ ହୋଇଥିବା ଅବସ୍ଥାରେ ହିଁ ହାତୀଟିର ମୃତ୍ୟୁ ଘଟିଥିବା କୁହାଯାଉଛି।
💔😓
MAY GOD PUNISH THEM SOON 🤞#Elephant pic.twitter.com/DZULet5eQB— পরিণীতা 🌻 (@OliLovesYouAll) June 2, 2020
ଖବର ପାଇ ବନ କର୍ମଚାରୀ ନଦୀ ଭିତରୁ ହାତୀକ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣାରେ ସାରା ଦେଶରେ ଜୀବପ୍ରେମୀଙ୍କ ମନରେ କ୍ଷୋଭ ସୃଷ୍ଟି ହୋଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ଉଭୟ ଦୋଷୀ ଓ ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
That’s why we are facing several disasters again and again.
God bless her soul 🙏😢
As a human I am sorry #Elephant 🐘
God please forgive us 🙏#Karma pic.twitter.com/CH7lFPJrQW— Sakshi Gupta🇮🇳 (@Sakshi4india) June 3, 2020
ନୃଶଂସ ମଣିଷର ଜଘନ୍ୟ କାଣ୍ଡକୁ ଚାରିଆଡ଼ୁ ନିନ୍ଦା କରାଯାଇଛି। ଟ୍ୱିଟର୍ ଭଳି ଭଳି ଫଟୋ ଓ କାର୍ଡୁନ୍ ଶେୟାର୍ ହେବା ସହିତ ଘଟଣାକୁ କଡ଼ା ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।
Somewhere in God’s own country, not Kerala..#Elephant pic.twitter.com/TUdVTdfBVj
— Rashi Verma (@AdvRashi) June 3, 2020
Appalled to hear about what happened in Kerala. Let’s treat our animals with love and bring an end to these cowardly acts. pic.twitter.com/3oIVZASpag
— Virat Kohli (@imVkohli) June 3, 2020