କାଶ୍ମୀରରେ ମୁତୟନ ୧୦ ହଜାର ଯବାନକୁ ଫେରାଇ ଆଣିବ କେନ୍ଦ୍ର

ଶ୍ରୀନଗର: କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ପାରା ମିଲିଟାରୀ ଫୋର୍ସର ଯବାନ। ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଏତେ ବଡ଼ ସଂଖ୍ୟାର ସୁରକ୍ଷା ବାହିନୀକୁ ଅପସାରଣ କରିବାର ଏହା ହେଉଛି ସବୁଠୁ ବଡ଼ ନିଷ୍ପତ୍ତି।

ଗତ ମେ ମାସରେ ମଧ୍ୟ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ୧୦ କମ୍ପାନୀ ଏବଂ ଗତବର୍ଷ ଡିସେମ୍ବରରେ  ୭୨ ପ୍ଲାଟୁନ୍ ପୋଲିସ ଫୋର୍ସ କୁ ଫେରାଇ ଅଣାଯାଇଥିଲା। ଏତେ ସଂଖ୍ୟକ ସୁରକ୍ଷା ବଳ ଜମ୍ମୁ ଓ ଏବଂ ଶ୍ରୀନଗରରେ ମୁତୟନ ରହିଥିଲେ।

01_081920072912.jpg

୨୦୧୯ ଅଗଷ୍ଟରେ ଧାରା ୩୭୦  ହଟାଇବା ପୂର୍ବରୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଜାମ୍ମୁ ଓ କାଶ୍ମୀରରେ ୪୦୦ ଆଡିସନାଲ କମ୍ପାନୀ ମୁତୟନ କରିଥିଲେ। ଅଗଷ୍ଟ ୪ ତାରିଖରରୁ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ବିଦ୍ରୋହୀ ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା।

ବର୍ଷକ ପରେ ସ୍ଥିତି ଧୀରେ ଧୀରେ ସୁଧୁରିବାରୁ ଅନେକ ନେତା ଗୃହବନ୍ଦୀରୁ ମୁକୁଥିଲେ। ଯାତାୟତ ସ୍ୱାଭାବିକ ହୋଇଥିଲା। କାଶ୍ମୀ ଭ୍ୟାଲିରେ ସୁରକ୍ଷା ସ୍ଥିତି ଯାଞ୍ଚ ପରେ  ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

 

 

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like