ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ୁଛି। ସରକାର କିନ୍ତୁ କହୁଛନ୍ତି ଅଚ୍ଛେଦିନ ଆସୁଛି। ପେଟ୍ରୋଲ୍‌ ଡିଜେଲ୍‌ ପନିପରିବା ପରେ ଏବେ କ୍ଷୀର ଦର ବି ବଢ଼ିଛି। ଲିଟର ପିଛା ୨ରୁ ୩ ଟଙ୍କା ବଢ଼ିଛି। ଦିଲ୍ଲୀର ମଦର ଡାଏରୀ କମ୍ପାନୀ ଟୋଣ୍ଡ (ମଇଁଷି କ୍ଷୀର ଏକ ବିଶେଷ ପ୍ରସ୍ତୁତି ) କ୍ଷୀର ଦାମ୍‌ ଲିଟର ପିଛା ୩ ଟଙ୍କା ବଢ଼ାଇଥିବା ବେଳେ ଅମୁଲ ୨ ଟଙ୍କା ଦାମ୍ ବଢ଼ାଇଛି।

ଦିଲ୍ଲୀରେ ପୂର୍ବରୁ କ୍ଷୀରର ଦାମ ଟୋଣ୍ଡ କ୍ଷୀର ୪୨ ଟଙ୍କା ଥିଲା। ଏବେ ଗ୍ରାହକଙ୍କୁ ୪୫ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ଅଧଲିଟର ଆଣିଲେ ଗ୍ରାହକଙ୍କୁ ପୂର୍ବ ମୂଲ୍ୟଠାରୁ ମାତ୍ର ଟଙ୍କାଟେ ଅଧିକ ଦେବାକୁ ପଡ଼ିବ। ସେହିଭଳି ଫୁଲ୍‌ କ୍ରିମ୍‌ କ୍ଷୀରର ମୂଲ୍ୟ ୫୩ ଟଙ୍କାରୁ ବଢ଼ି ୫୫ ଟଙ୍କା ହୋଇଛି। ଅମୁଲ୍‌ କ୍ଷୀରରେ ୨ ଟଙ୍କା ବଢ଼ାଇଥିବାରୁ ଅମୁଲ ଗୋଲ୍ଡ ଏକ ଲିଟରକୁ ୫୬ ଟଙ୍କା ଦେବାକୁ ପଡ଼ିବ।

ସେହିଭଳି ମଦର ଡାଏରୀ କମ୍ପାନୀର ଟୋକନ କ୍ଷୀର ୨ ଟଙ୍କା ବଢ଼ି ୪୨ ଟଙ୍କା ହୋଇଛି। କମ୍ପାନୀର ଫୁଲ୍‌ କ୍ରିମ୍‌ବାଲା କ୍ଷୀରର ଦାମ୍ ଲିଟର ପିଛା ୫୫ ଟଙ୍କା ରହିବ। ଓ ହାପ୍‌ଲିଟରକୁ ଏହାର ମୂଲ୍ୟ ୨୮ ଟଙ୍କା ରହିବ। ପୂର୍ବରୁ ଏହି ଦର୍ କ୍ରମସ ୫୩ ଓ ୨୭ ଟଙ୍କା ଥିଲା।

ତେବେ ଓଡ଼ିଶାର କ୍ଷୀର ଦର ବଢ଼ିବାର ସେମିତି କୌଣସି ସୂଚନା ନାହିଁ। ରାଜ୍ୟରେ ନିକଟରେ ଅଣ୍ଡା ଓ କ୍ଷୀର ଦୁଇ ଟଙ୍କା ବଢ଼ିଥିଲା। ଏମ୍‌ଫେଡ୍‌ ଦର ପୂର୍ବରୁ ୪୦ ଟଙ୍କା ମିଳୁଥିବା ବେଳେ ନୂଆ ଦର ଅନୁସାରେ ଏହା ଲିଟର ପିଛା ୪୪ ଟଙ୍କାରେ ମିଳୁଛି। ସେହିଭଳି ଅଣ୍ଡା ଦାମ୍‌ ମଧ୍ୟ ଟଙ୍କାଟେ ବଢ଼ି ୬ ଟଙ୍କାରେ ମିଳୁଛି। ଯାହାର ପୂର୍ବ ମୂଲ୍ୟ ୫ ଟଙ୍କା ଥିଲା।

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

You might also like