ଶେଷ ହେଲା କିଷାନ କ୍ରାନ୍ତି ଯାତ୍ରା

ନୂଆଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିବା ପରେ ଶେଷ ହୋଇଛି କିଷାନ କ୍ରାନ୍ତି ଯାତ୍ରା। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର କିଷାନ ଘାଟରେ ପହଞ୍ଚିବା ପରେ ଏହି ଯାତ୍ରା ଶେଷ ହୋଇଥିବା ଘୋଷଣା କରାଯାଇଛି। ଗତକାଲି ଉତ୍ତର ପ୍ରଦେଶର ଗାଜିପୁରରେ ଅାନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇଥିଲେ ।  ଫଳରେ ଅାନ୍ଦୋଳନ ପାଇଁ ଅାସୁଥିବା ଚାଷୀ ବ୍ୟାରିକେଡ ଭାଙ୍ଗି ପଶିବାକୁ ଉଦ୍ୟମ କରିବା ସମୟରେ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଭାରତୀୟ କିଷାନ ୟୁନିୟନ ନେତୃତ୍ୱରେ ଗତକାଲି ହଜାର ହଜାର ସଂଖ୍ୟାରେ କୃଷକ ଏକାଠି ହୋଇଥିଲେ। ରାଜଧାନୀ ଦିଲ୍ଲୀରେ ଗତ ୨୩ ତାରିଖରୁ ହରିଦ୍ୱାରରୁ ଅାରମ୍ଭ ହୋଇଥିଲା ପଦଯାତ୍ରା।

ଗାନ୍ଧି ଜୟନ୍ତୀ ଅବସରରେ ରାଜଘାଟରୁ ସଂସଦ ପର୍ଯ୍ୟନ୍ତ ରାଲି କାର୍ଯ୍ୟକ୍ରମ ଥିଲା। ତେବେ ବିଳମ୍ବିତ ରାତ୍ରୀରେ କିଷାନ ଘାଟ ଯିବା ପାଇଁ ଦିଲ୍ଲୀ ପୁଲିସ ଅନୁମତି ଦେବା ପରେ ସେଠାରେ ପହଞ୍ଚି କିଷାନ କ୍ରାନ୍ତି ଯାତ୍ରା ଶେଷ ହୋଇଛି।

କିଷାନ ଘାଟରେ ଫୁଲ ଅର୍ପଣ କରି ଅାମେ ଯାତ୍ରା ଶେଷ କରୁଛୁ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ଅଧ୍ୟକ୍ଷ ନରେଶ ଟିକୈତ୍। ସରକାର ଚାଷୀ ବିରୋଧି ଏବଂ ଅାମର ଦାବି ପୂରଣ ହୋଇନଥିବା କହିଛନ୍ତି ନରେଶ । କିଷାନ କ୍ରାନ୍ତି ଯାତ୍ରା ଶେଷ ପରେ ସମସ୍ତ ଚାଷୀ ନିଜ ଘରକୁ ଯିବେ ବୋଲି ସେ କହିଛନ୍ତି।

You might also like