ଏହି ବିଦେଶୀଙ୍କ ବେଳ ଖରାପ; କରୋନା, ଡେଙ୍ଗୁ ପରେ ମ୍ୟାଲେରିଆ, ଶେଷରେ କାମୁଡ଼ିଲା ନାଗ

ଜୟପୁର: ପ୍ରଥମେ କରୋନା ହେଲା, ପରେ ଡେଙ୍ଗୁ ଓ ମ୍ୟାଲେରିଆ ବି ହେଲା, ଶେଷକୁ କାମୁଡ଼ିଲା ନାଗ। ବିଦେଶରୁ ଭାରତକୁ ଆସି ଏତେ ହନ୍ତସନ୍ତ ହେଲେଣି ବିଦେଶୀ। ଆମେ କହୁଛୁ ବ୍ରଟିଶ ଚାରିଟି ୱାର୍କର ଇଅନ ଜୋନସଙ୍କ କଥା।

ଇୟନ ଜୋନସଙ୍କୁ ନାଗ କାମୁଡ଼ିବା ପରେ ତାଙ୍କୁ ରାଜସ୍ଥାନର ଯୋଧପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ମେଡିପ୍ଲସ ହସ୍‌ପିଟାଲ ଡାକ୍ତର ଅଭିଷେକ ଟାଟେରଙ୍କ ସୂଚନା ଅନୁସାରେ ଜୋନସ ସାପ କାମୁଡ଼ିବା ପରେ ଗତ ସପ୍ତାହରେ ହସ୍‌ପିଟାଲକୁ ଆସିଥିଲେ। ପ୍ରଥମେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ରିପୋର୍ଟ ନେଗେଟିଭ୍ ଆସିଥିଲା। ମେଡିକାଲ୍‌ରେ ଥିବା ବେଳେ ତାଙ୍କ ଠାରେ ସାପ କାମୁଡ଼ିବାର ଲକ୍ଷଣ ଦେଖାଯାଇଥିଲା। ଆଖିକୁ ଧୂଆଁଳିଆ ଦେଖାଯିବା, ଚାଲିବାରେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଯାଇଥିଲା ବୋଲି ଅଭିଷେକ କହିଛନ୍ତି।

ତେବେ ତାଙ୍କର ସିଠିକ୍ ଚିକିତ୍ସା କରାଯାଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିଦିଆଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ବି କିଛିଦିନ ଭିତରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଛନ୍ତି। ଇଅନ ଜୋନସଙ୍କ ପୁଅ ମଧ୍ୟ ବାପାଙ୍କର ଏପରି ଜୀବନମରଣ ସହ ଲଢ଼େଇକୁ ପ୍ରଶଂସା କରିଛନ୍ତି। ଭାରତରେ ତାଙ୍କ ବାପା ଯୋଦ୍ଧା ଭଳି ଲଢ଼ିଛନ୍ତି ବୋଲି ଇଅନଙ୍କ ପୁଅ କହିଛନ୍ତି।

 

You might also like