ତିନ ତଲାକ୍ ବିଲ୍‌ର ଆସନ୍ତାକାଲି ରାଜ୍ୟସଭା ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପିତ ହେବ ତିନି ତଲାକ୍ ବିଲ୍। ପୂର୍ବରୁ ଲୋକସଭାରେ ଏହି ବିଲ୍ ପାସ୍ ହୋଇସାରିଛି। ତେବେ କେନ୍ଦ୍ର ସରକାରଙ୍କ ପାଇଁ ଏହାକୁ ରାଜ୍ୟସଭାରେ ପାସ୍ କରାଇବା ଚ୍ୟାଲେଞ୍ଜ ହେବ।

କଂଗ୍ରେସ ରାଜ୍ୟସଭାରେ ଅନ୍ୟ ବିରୋଧୀ ଦଳର ସମର୍ଥରେ ବିଲ୍‌ର ବର୍ତ୍ତମାନର ରୂପରେଖକୁ ନେଇ ବିରୋଧ କରିବାରୁ ପ୍ରସ୍ତୁତ ହେଉଛି। ଲୋକସଭାରେ ବିଲ୍ ପାସ୍ ହୋଇଥିଲେ ବି ୧୦ଟି ପ୍ରମୁଖ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ। ଏହି ଦୃଷ୍ଟିକୋଣରୁ ରାଜ୍ୟସଭାରେ ବି ବିରୋଧୀ ବିଲ୍‌କୁ ବିରୋଧ କରିବେ ବୋଲି କହିଛନ୍ତି କଂଗ୍ରେସ ସାଂସଦ କେ.ସି. ବେଣୁଗୋପାଳ। ଏହି ବିଲ୍‌କୁ ‘ମୁସ୍ଲିମ୍‌ ଓମେନ୍‌ ପ୍ରୋଟେକ୍ସନ୍‌ ଅଫ୍ ରାଇଟ୍ସ ଅନ୍ ମ୍ୟାରେଜ୍ ବିଲ୍’ ବୋଲି କୁହାଯାଉଛି।

You might also like