ତାମିଲ ଅଭିନେତାଙ୍କୁ ସହଯୋଗର ହାତ ବଢ଼ାଇଲେ ରଜନୀକାନ୍ତ

ଚେନ୍ନାଇ: କିଡ୍‌ନୀ ରୋଗରେ ପୀଡ଼ିତ ଥିବା ତାମିଲ ଅଭିନେତା ପୋନ୍ନାମବାଲାମଙ୍କୁ ସହଯୋଗରେ ହାତ ବଢ଼ାଇଲେ ସୁପର୍‌ ଷ୍ଟାର୍‌ ରଜନୀ କାନ୍ତ। କିଛିମାସ ହେଲା କିଡ୍‌ନୀ ରୋଗରେ ପୀଡ଼ିତ ଥିବା ପୋନ୍ନାମବାଲାମ ଏହି ସପ୍ତାହରେ ଚେନ୍ନାଇର ଏକ ପ୍ରାଇଭେଟ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଦେଖା ଦେବାରୁ ଏଭଳି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ରଜନୀକାନ୍ତ।

ଏନେଇ ରଜନୀକାନ୍ତଙ୍କ ପ୍ରଚାରକ ରିୟାଜ୍ ଅହମଦ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ରଜନୀ ସାର୍ ପନ୍ନାମବାଲମଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ ରାଜି ହୋଇଥିଲେ। ତେବେ ସେ କେତେ ଅର୍ଥରାଶି ପ୍ରଦାନ କରିଛନ୍ତି ସେ ନେଇ ପ୍ରକାଶ କରିବେ ନାହଁ। ଏଥିସହିତ ପୋନ୍ନାମବାଲମଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।”

ପୂର୍ବରୁ କମଲ ହାସନ ମଧ୍ୟ ପୋନ୍ନାମବାଲମଙ୍କ ପିଲମାମାନଙ୍କର ପଢ଼ା ଖର୍ଚ୍ଚ ବହନ କରିବାକୁ କହିଥିଲେ। କମଲ ହାସନ ଏବଂ ତାଙ୍କ ଟିମ୍ ପ୍ରତିଦିନ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ନଉଥିବା କିଛି ଦିନ ପୂର୍ବରୁ ଖବର ପ୍ରକାଶ ପାଇଥିଲା। ଏହାପରେ ରଜନୀକାନ୍ତ ମଧ୍ୟ ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ପ୍ରଥମେ ଜଣେ ଷ୍ଟଣ୍ଟମ୍ୟାନ ହିସାବର ତାମିଲ ସିନେମା ଇଣ୍ଡଷ୍ଟ୍ରୀ ପାଦ ରଖିଥିଲେ ପୋନ୍ନାମବାଲମ। ଏହାପରେ ସେ ଷଣ୍ଟମ୍ୟାନ୍‌ରୁ ଅଭିନୟ କରିବା ଆରମ୍ଭ କରିଥିଲେ। ପୋନ୍ନାମବାଲମ ରଜନୀକାନ୍ତଙ୍କ ସହିତ ମୁଥୁ ଓ ଅରୁଣାଚଲମ ଭଲି ଫିଲ୍ମ କରିଥିବା ବେଳେ ଅପୂର୍ବା ସଗୋଡରାରଗଲ ଓ ମାଇକେଲ୍‌ ମଦାନା କାମରାଜନ ଭଳି ଫିଲ୍ମ କମଲ ହସନଙ୍କ ସହିତ ସ୍କ୍ରିନ୍‌ ଶେୟାର କରିଛନ୍ତି। ପୋନ୍ନାମବାଲମ ଶେଷଥର ଜୟମ ରବି ଷ୍ଟାରର୍ ଫିଲ୍ମ କୋମାଲିରେ ଦେଖାଯାଇଥିଲେ।  ଏହାକୁ ନିର୍ଦ୍ଦେଶନା ଦେଇଥିଲେ ପ୍ରଦୀପ ରଙ୍ଗନାଥନ

You might also like