ଆଇସିୟୁ ଯାଉଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ରୋଗୀ ହିଁ ସୁସ୍ଥ ହେଉଛନ୍ତି..

ସ୍ଥିତି ଭୟଙ୍କର

ପାଟନା: କରୋନା ସ୍ଥିତି ସଙ୍ଗୀନ ହେଲାଣି। ଦେଶରେ ଏବେ ଯେଉଁ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ପ୍ରାଣ ହରାଉଥିବା ରିପୋର୍ଟ ମିଳିଛି। କହିବାକୁ ଗଲେ, ଆଇସିୟୁ ଯାଉଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ରୋଗୀଙ୍କ ହିଁ ସୁସ୍ଥ ହୋଇ ଘରକୁ ଫେରିପାରୁଛନ୍ତି। ଏପରି ରିପୋର୍ଟ ଆସିବା ପରେ ଦେଶରେ କରୋନା ସ୍ଥିତି କେତେ ଗମ୍ଭୀର ତାହା ସ୍ପଷ୍ଟ ଭାବରେ ଜାଣି ହେଉଛି। କିନ୍ତୁ ଏଠାରେ ଆମେ ସ୍ପଷ୍ଟ ସୂଚନା ଦେଉଛୁ, ଏପରି ସ୍ଥିତି ଓଡ଼ିଶାରେ ନୁହେଁ ବରଂ ପଡ଼ୋଷୀ ବିହାର ବୋଲି ସୂଚନା ମିଳିଛି।

AIIMS ପାଟନାର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ କିମ୍ବା ଆଇସିୟୁରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ସୁସ୍ଥ ହେବା ପରେ ଘରକୁ ଫେରୁଥିବା ରିପୋର୍ଟ ପ୍ରକାଶିତ ହେବା ପରେ ଏବେ ଚିନ୍ତାରେ ଉଭୟ ବିହାର ଓ କେନ୍ଦ୍ର ସରକାର। ସର୍ଭେ ମୁତାବକ ଆରୋଗ୍ୟ ଲାଭ କରୁଥିବା ୨୦ ପ୍ରତିଶତ ରୋଗୀ ମଧ୍ୟ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଅଧିକ ଚିକିତ୍ସା ଆବଶ୍ୟକ କରୁଛନ୍ତି। ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀମାନେ କିଡନୀ ଓ ଫୁସଫୁସ ସମସ୍ୟାରେ ପୀଡିତ ହେଉଥିବାବେଳେ ୭୦ ପ୍ରତିଶତ ରୋଗୀଙ୍କ ମଧ୍ୟରେ କିଡନୀ, ୧୦୦ ପ୍ରତିଶତ ରୋଗୀଙ୍କଠାରେ ଫୁସଫୁସ ସମସ୍ୟା ରହୁଛି।

ଯାହାକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି। ତେବେ ଡାକ୍ତର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଯେଉଁ ରୋଗୀମାନେ ମେଡିକାଲ ଆସୁଛନ୍ତି ସେମାନେ ଗୁରୁତର ଅବସ୍ଥାରେ ଆସୁଛନ୍ତି। ତେଣୁ ତାଙ୍କୁ ଚିକିତ୍ସା କରାଇବା ସମ୍ଭବପର ହେଉନାହିଁ। ତେଣୁ ରୋଗୀମାନେ ଚିକିତ୍ସା ସମୟରେ ହିଁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଆଉ ଜଣେ ଡାକ୍ତରଙ୍କ କହିବା ଅନୁସାରେ, କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରି ରଖିଛି। ଆଉ ଏପରି ସମୟରେ ଅକ୍ସିଜେନ୍‌ ହିଁ ମୃତ୍ୟୁର ପ୍ରମୁଖ କାରଣ ସାଜିଛି ବୋଲି ସେ କହିଛନ୍ତି। କେବଳ ସଚେତନ ହେଲେ ହିଁ ଆମେ କରୋନା ମହାମାରୀ ସହ ଲଢେଇ କରି ଜିତିପାରିବା ବୋଲି ଡାକ୍ତର କହିଛନ୍ତି। ବିହାରରେ କରୋନା ସ୍ଥିତି ମଧ୍ୟ ଉଦବେଗଜନକ ରହିଛି। ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଅନେକ ସଂକ୍ରମିତଙ୍କ ଜୀବନ ବି ଯାଉଛି। ତେବେ ଏମ୍ସର ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଜି ବି ଦେଶରେ କରୋନା ରେକର୍ଡ ସଂଖ୍ୟାରେ ରହିଛି। ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଦିନକରେ ୨୨୬୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

You might also like