ସ୍ୱାମୀଙ୍କ ମୃତ୍ୟୁ ପରେ ନବବିବାହିତାଙ୍କ ସମେତ ପରିବାରର ୯ଜଣ କରୋନାରେ ଆକ୍ରାନ୍ତ

ଫିରୋଜାବାଦ: ବିବାହର ମାତ୍ର ଅଳ୍ପ କିଛି ଦିନ ପରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ବଡ଼ କଥା, ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ପରେ ନବବିବାହିତାଙ୍କ ସମେତ ପରିବାରର ୯ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉତ୍ତରପ୍ରଦେଶରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ୧୦ଦିନ ତଳେ ବିବାହ କରିଥିଲେ। ବିବାହ ପରେ ସେ ଅସୁସ୍ଥ ଅନୁଭବ କରିଥିଲେ ଓ ଡିସେମ୍ବର ୪ରେ ତାଙ୍କର ମୃତ୍ୟୁ ହୋଇଥିଲା। ଯୁବକଙ୍କର କରୋନା ଟେଷ୍ଟ କରାଯାଇ ନଥିଲା। ତେଣୁ କରୋନାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଏହା କୁହାଯାଇପାରିବ ନାହିଁ।

ହେଲେ ଉକ୍ତ ଯୁବକଙ୍କ ପରିବାରର ୯ଜଣ ସଦସ୍ୟଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଏହି ସଦସ୍ୟଙ୍କ ମଧ୍ୟରେ ଯୁବକଙ୍କ ପତ୍ନୀ ମଧ୍ୟ ଅଛନ୍ତି। ସମସ୍ତଙ୍କ ଚିକତ୍ସା ଚାଲିଛି।

ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଇବା ଲାଗି ଗାଁରେ ମେଡିକାଲ୍‌ କ୍ୟାମ୍ପ ପହଞ୍ଚିଛି।

ଫିରୋଜାବାଦରେ ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି।

You might also like