ଦିଲ୍ଲୀରେ ପ୍ରବଳ ବର୍ଷା: ଧସିଗଲା ରାସ୍ତା

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହିଛି।  ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ଦିଲ୍ଲୀ ମୟୂରବିହାର ଓ ଗୌତମବୁଦ୍ଧ ନଗରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀ ବାସିନ୍ଦା । ବର୍ଷା ଯୋଗୁଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ସ୍ଥିତି ସୃଷ୍ଟି ହୋଇଛି । ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି । ଦିଲ୍ଲୀର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି।

ଆମ୍ବେଦକର ନଗରରେ ଏକ ଓଭର ବ୍ରିଜ୍ ତଳେ ୪ ଫୁଟ୍ ଉଚ୍ଚର ପାଣି ଜମି ରହିଛି । ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଓଭରବ୍ରିଜ୍ ତଳ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଓଭରବ୍ରିଜ୍ ତଳେ ପାଣି ଜମିବା ଯୋଗୁଁ ପୂର୍ବରୁ ଅନେକ ଅଘଟଣ ଘଟିଥିବା ନଜିର ରହିଛି । ପୂର୍ବରୁ ଦିଲ୍ଲୀରେ ଏକ ବସ୍ ଓଭରବ୍ରିଜ୍ ତଳେ ଯିବା ବେଳେ ପାଣିରେ ଫସିଯିବା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ଗୁରୁଗାଁଓରେ ପ୍ରବଳ ବର୍ଷା ଯୋଗୁ ଗୁରୁଗ୍ରାମ ଇଫ୍‌କୋଚୌକ୍‌ର ଏକ ଜନଗହଳି ରାସ୍ତା ଆଜି ଧସି ଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ଏହି ସଡକ କେତେ ମିଟର ଧସି ଯାଇଛି। ଫଳରେ ଏହି ରାସ୍ତାକୁ ସିଲ କରି ଦିଆଯାଇଛି। ଯାତାୟାତ ବନ୍ଦ ରହିଛି। ପ୍ରବଳ ବର୍ଷା ଯୋଗୁ ରାସ୍ତା ଉପରେ ଯାନବାହନ ଫସି ରହିଛି। ପୋଲିସ କର୍ମୀମାନେ ଏହି ବାହନକୁ ରାସ୍ତାରୁ ହଟାଉଥିବା ଦେଖିବାକୁ ମିଳିଛି।

You might also like