ସେନା ପୋଷାକ ପିନ୍ଧି ସମାଲୋଚିତ ହେବାପରେ ମତ ରଖିଲେ ଦିଲ୍ଲୀ ବିଜେପି ସଭାପତି

ନୂଆଦିଲ୍ଲୀ: ଦଳୀୟ ଶୋଭାଯାତ୍ରାରେ ସେନା ପୋଷାକ ଭଳି ପୋଷାକ ପିନ୍ଧିବାକୁ ନେଇ ସମାଲୋଚନାର ଶିକାର ପରେ ନିଜର ମତ ରଖିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ। ସେ କହିଛନ୍ତି, ଦେଶ ପ୍ରତି ଭକ୍ତି ଓ ସେନାକୁ ନେଇ ଗର୍ବ ଅନୁଭବ କରୁଥିବାରୁ ବେଳେବେଳେ ଏଭଳି ପୋଷାକ ପିନ୍ଧିଥାନ୍ତି। ଦେଶବାସୀ ମଧ୍ୟ ଏଭଳି ପୋଷାକ ପିନ୍ଧିବା ଉଚ୍ଚିତ୍ ବୋଲି ସେ କହିଛନ୍ତି।

ଶନିବାର ଦିନ ଦିଲ୍ଲୀରେ ବିଜେପିର ଏକ ରାଲିରେ ସେନା ପୋଷାକ ପିନ୍ଧି ମନୋଜ ପରିକ୍ରମା କରିଥିଲେ। ଯାହାକୁ ନେଇ ବିରୋଧୀ ଆପତ୍ତି ଉଠାଇଥିଲେ। ସେନାକୁ ନେଇ ବିଜେପି ରାଜନୀତି କରୁଛି ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା।

You might also like