ଡୋନାଲ୍ଡ ଟ୍ରମ୍ପଙ୍କ ପରେ ମାସ୍କ ପିନ୍ଧିଲେ ମେଲାନିଆ
ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ମେରି ଏଲିଜାବେଥ୍ ହାଉସ ପରିଦର୍ଶନବେଳେ ମାସ୍କ ପିନ୍ଧିଥିବା ନେଇ ଏକ ଫଟୋ ନିଜେ ମେଲାନିଆ ଟ୍ୱିଟରରେ ପୋଷ୍ଟ କରିଛନ୍ତି।
ମେଲାନିଆ ଏବେ ସ୍ୱାମୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଭିନ୍ନ ସାମାଜିକ ସଂଗଠନ ସହ ମିଶି କାମ କରୁଛନ୍ତି । ଆମେରିକାରେ କରୋନା ସଂଗୀନ ସ୍ଥିତିରେ ଥିବା ସତ୍ତ୍ୱେ ଟ୍ରମ୍ପ ଦଂପତି ମାସ୍କ ପିନ୍ଧି ନଥିଲେ। ହେଲେ ଶନିବାର ରାଷ୍ଟ୍ରପତି ଟ୍ରମ୍ପ ମାସ୍କ ପିନ୍ଧିବାର ଭିଡିଓ ଫୁଟେଜ ସାମନାକୁ ଆସିଥିଲା ।
ଏକ ସେନା ହସ୍ପିଟାଲକୁ ବୁଲିବାକୁ ଯାଇଥିବା ବେଳେ ଟ୍ରମ୍ପ ମାସ୍କ ପିନ୍ଧିଥିଲେ। ଆହତ ସୈନ୍ୟଙ୍କୁ ଦେଖିବାକୁ ଓ୍ବାଲଟର ରିଡ୍ ମିଲିଟାରି ହସ୍ପିଟାଲ ଯାଇଥିବା ବେଳେ ଟ୍ରମ୍ପ କଳା ରଙ୍ଗର ଏକ ମାସ୍କ ପିନ୍ଧିଥିଲେ । ଏହାପରେ ମେଲାନିଆ ମାସ୍କ ପିନ୍ଧିଥିବା ଫଟୋ ପୋଷ୍ଟ କରିଥିଲେ ।
As the CDC studies the spread of #COVID-19, they recommend people wear cloth face coverings in public settings when social distancing can be hard to do. Remember, this does NOT replace the importance of social distancing. pic.twitter.com/HRaQHFgXxn
— Melania Trump (@FLOTUS) April 9, 2020