କରୋନା ଭୟ ଛାଡ଼ି଼ନି, ଜାତୀୟ ରାଜଧାନୀରେ ବଢିଲା ଡେଙ୍ଗୁ ଭୟ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ଏ ପର୍ଯନ୍ତ ଭୟ ଛାଡ଼ିନି, ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲାଣି  ଡେଙ୍ଗୁ, ମାଲେରିଆ, ଚିକୁନଗୁନିଆ ପରି ସଂକ୍ରାମକ ରୋଗ । ବତ୍ତମାନ ସୁଦ୍ଧା ଦିଲ୍ଲୀରେ ଡେଙ୍ଗୁରେ ୨୫ ମାମଲା ରେକର୍ଡ କରାଯାଇଛି । ସେହିପରି ମାଲେରିଆରେ ୮ ଏବଂ ଚିକୁନଗୁନିଆ ୪ଟି ମାମଲା ସାମ୍ନାକୁ ଆସିଛି ।

ଇତିମଧ୍ୟରେ ଦେଖା ଯାଇଛି, କରୋନା ମହାମାରୀ ଭିତରେ ଜଳଜନିତ ରୋଗକୁ ନେଇ ଦିଲ୍ଲୀ ହାଇକୋର୍ଟ ତିନି ମହାନଗର ନିଗମ ଏବଂ ଦିଲ୍ଲୀ ସରକାରଙ୍କୁ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ରିପୋର୍ଟ ତଲବ କରିଛନ୍ତି ।
ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଏମସିଡି ଅଧୀନସ୍ଥ ୧୨ ଜୋନ୍‌ରେ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁକୁ ନେଇ ୨୫ଟି ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ ସବୁଠାରୁ ଅଧିକ ୧୦ଟି ମାମଲା ସାଉଥ ଦିଲ୍ଲୀ ନିଗମରୁ ଚିହ୍ନଟ କରାଯାଇଛି । ସେହିପରି ନର୍ଥ ଦିଲ୍ଲୀ ନଗର ନିଗମ ଏବଂ ଇଷ୍ଟ ଦିଲ୍ଲୀ ନଗର ନିଗମ କ୍ଷେତ୍ରରୁ ୨ଟି ଲେଖାଏ ଚିହ୍ନଟ କରାଯାଇଛି ।

ଗତ ୫ ବର୍ଷର ସ୍ଥିତିକୁ ଦେଖିଲେ ଜଣାଯାଏ, ୨୦୧୭ରେ ସବୁଠାରୁ ଅଧିକ ଡେଙ୍ଗୁ ମାମଲା ଦେଖିବାକୁ ମିଳିଥିଲା । ସେହିପରି ୨୦୧୬ରେ ୪,୪୩୧ ମାମଲା ସାମ୍ନାକୁ ଆସିଥିଲା । ସେହିପରି ୨୦୧୮ରେ ୨,୭୯୮ ଏବଂ ୨୦୧୯ରେ ୧୦୭୨ ଡେଙ୍ଗୁ ରୋଗୀ ରାଜଧାନୀରୁ ବାହାରିଥିଲେ ।୨୦୨୧ରେ ୨୫ଟି ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ ଏପ୍ରିଲ ମାସରୁ ସବୁଠାରୁ ଅଧିକ ୧୦ ଜଣ ସଂକ୍ରମିତ ହୋଇଛନ୍ତି ।

ଗତ ୫ ବର୍ଷ ମଧ୍ୟରେ ଡେଙ୍ଗୁରେ ଅତିକମ୍‌ରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି । ସବୁଠାରୁ ଅଧିକ ମୃତ୍ୟୁ ୨୦୧୬ ଏବଂ ୨୦୧୭ରେ ୧୦-୧୦ ଜଣଙ୍କର ହୋଇଥିବା ରେକର୍ଡ କରାଯାଇଥିଲା । ସେହିପରି ୮ ମାଲେରିଆ ରୋଗୀଙ୍କୁ ରାଜଧାନୀରେ ଚିହ୍ନଟ କରାଯାଇଛି ।

ଏସବୁ ରୋଗରୁ ବର୍ତ୍ତିବା ପାଇଁ ଦିଲ୍ଲୀବାସୀଙ୍କୁ ସଚେତନ କରାଯାଇଛି । କୁଲରକୁ ପ୍ରତି ସପ୍ତାହରେ ସଫା କରିବା, ଯଦ ସଫା କରୁଛ ତେବେ ପେଟ୍ରୋଲ ବା ଡିଜେଲ ପକାଇବା, ପାଣି ଟାଙ୍କିକୁ ଭଲ ଭାବେ ଘୋଡାଇ ରଖିବାକୁ କୁହାଯାଇଛି । ସେହିପରି ଘରେ ମନି ପ୍ଲାଣ୍ଟ, ଫେଙ୍ଗସୁଇ ପ୍ଲାଣ୍ଟ, ପକ୍ଷୀଙ୍କୁ ପାଣି ଦେଉଥିବା ପାତ୍ରକୁ ପ୍ରତିଦିନ ସଫା କରିବା ପାଇଁ କୁହାଯାଇଛି ।

You might also like