ଏଇ ଦେଶର ରାଷ୍ଟ୍ରପତିଙ୍କୁ କରୋନା

ଲା ପାଜ(ବୋଲିଭିଆ) : ବିଶ୍ୱରେ ହା ହା କାର ସୃଷ୍ଟି କଲାଣି କରୋନା । ରାଷ୍ଟ୍ର ପ୍ରମୁଖମାନେ ମଧ୍ୟ ଏହି କରୋନା ପ୍ରକୋପରୁ ବାଦ୍‌ ପଡ଼ୁନାହାନ୍ତି।  ଗତକାଲି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ କୋଭିଡ-19ରେ ସଂକ୍ରମଣ ହୋଇଥିଲେ । ଏହାପରେ ଆଜି ବୋଲିଭିଆର ଅନ୍ତରୀଣ ରାଷ୍ଟ୍ରପତି ଜେନିନ ଆଞ୍ଜ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ଭେନେଜୁଆଲାର ଦ୍ୱତୀୟ ପ୍ରମୁଖ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।

ବୋଲିଭିଆର ରାଷ୍ଟ୍ରପତି‌ଙ୍କୁ ମିଶାଇ ବୋଲିଭିଆ ପ୍ରଶାସନର ୩ ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ କରୋନା ଟେଷ୍ଟ କରାଇଥିଲେ॥ ଟେଷ୍ଟ ରିପୋର୍ଟରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଏଇଡି ରୋକା ଏବଂ ପ୍ରେସିଡେନ୍ସ ମିନିଷ୍ଟର ୟେର୍କୋ ନୁନେଜ ରିପୋର୍କଟ ପଜିଟିଭ ଆସିଥିଲା।  ସେମାନଙ୍କୁ  ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ରାଷ୍ଟ୍ରପତି ଜେନିନ ଆଞ୍ଜ ଟେଷ୍ଟ ପରେ 14 ଦିନ ଧରି ଘରେ ସଙ୍ଗରୋଧରେ ରହିବେ।  କିନ୍ତୁ ସେ ଘରେ ରହି କାମ କରିବେ ବୋଲି କହିଛନ୍ତି । ଏବେ ସେ ଦୃଢ଼ ଏବଂ ସୁସ୍ଥ ଅଛନ୍ତି ବୋଲି ଟ୍ୱିଟରରେ ପ୍ରକାଶ କରିଛନ୍ତି ।

ବ୍ରାଜିଲ, ଭେନଜୁଆଲା ଏବଂ ବୋଲିଭିଆର ରାଷ୍ଟ୍ର ପ୍ରମୁଖଙ୍କ ପୂର୍ବରୁ ଜୁନରେ ହୋଣ୍ଡୁରାନର ରାଷ୍ଟ୍ରପତି ଜିଆନିନ୍‌ ଓରଲାଣ୍ଡୋ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସୂଚନାଥାଉ କି, ବୋଲିଭିୟାରେ ଏଯାଏ ୪୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୫ ଶହ ଲୋକଙ୍କ ଜୀବନ ଯାଇଛି।

You might also like