ଟିକ୍‌ଟକ ପରେ ହୁୱେଇ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ: ଟିକ୍‌ଟକ ପରେ ଚୀନର 5G ଟେକ୍ନୋଲୋଜି ସଂସ୍ଥା ହୁୱେଇ ଉପରେ ଲାଗିପାରେ କଟକଣା। ଏ ନେଇ ବିଚାର ବିମର୍ଷ ଚାଲିଥିବା ସୂଚନା ମିଳିଛି। ଗତକାଲି କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି।

ଚୀନ ନିର୍ମିତ 5G ସାମଗ୍ରୀର ବ୍ୟବହାର ବନ୍ଦ କରିବା ଉପରେ ଏଥିରେ ଆଲୋଚନା ହୋଇଥିଲା। ଏଥିସହ ନିଷିଦ୍ଧ କରାଯାଇଥିବା ୫୯ଟି ଚୀନ ନିର୍ମିତ ଆପ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପୂର୍ବରୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ହୁୱେଇକୁ ବର୍ଷକ ପାଇଁ ନିଷିଦ୍ଧ କରାଯାଇଛି।

ଏଥିସହ ହୁୱେଇକୁ ନିଷିଦ୍ଧ କରିବା ପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ବ୍ରିଟେନ ଓ ଭାରତକୁ ପ୍ରସ୍ତାବ ଦିଆଯାଇଥିଲା। କରୋନା ସଂକ୍ରମଣକୁ ନଜରରେ ରଖି ଭାରତରେ 5G ସ୍ପେକ୍ଟ୍ରମ୍ ନିଲାମ ବର୍ଷକ ପାଇଁ ସ୍ଥଗିତ ରଖାଯାଇଛି।

ଅନ୍ୟପଟେ ଭାରତରେ ଟିକ୍‌ଟକ୍ ବ୍ୟାନ୍ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ଚୀନ। ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍ କହିଛନ୍ତି, ଚୀନ ପୂରା ଘଟଣା ଉପରେ ନଜର ରଖିଛି। ଭାରତ ଆପ୍ ବ୍ୟାନ୍ କରିବା ପରିସ୍ଥିତିକୁ ଚୀନ ନିଶ୍ଚୟ ପରଖିବ। ଏହାଛଡ଼ା ସେ କହିଛନ୍ତି ଯେ ଚୀନ ଶାସକ ସର୍ବଦା ଆର୍ନ୍ତଜାତୀୟ ବ୍ୟବସାୟୀଙ୍କୁ ସ୍ଥାନୀୟ ଆଇନ ମାନି ବ୍ୟବସାୟ କରିବାକୁ କୁହନ୍ତି। ଭାରତ, ଚୀନର ଅର୍ନ୍ତଜାତୀୟ ନିବେଶକଙ୍କ ଦାୟିତ୍ୱ ନେବା ସହ ଆଇନଗତ ଅଧିକାରକୁ ବଜାୟ ରଖିବା ଉଚିତ ବୋଲି ସେ କହିଛନ୍ତି ।

ଅପରପକ୍ଷେ ଟିକ୍‌ଟକ୍‌କୁ ଗୁଗଲ୍ ପ୍ଲେ ଷ୍ଟୋର ଓ ଆପଲ୍ ଆପ୍ ଷ୍ଟୋରରୁ ବାଦ ଦିଆଯାଇଛି। ଗତକାଲି ଟିକ୍‌ଟକ୍‌ ସମେତ ୫୯ଟି ଚୀନ୍ ଆପ୍‌କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ଏହି ଆପ୍ ଦ୍ୱାରା ଦେଶର ସୁରକ୍ଷା ଓ ସର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଉଥିବା ଜଣାପଡ଼ିଥିଲା।

ଟିକ୍‌ଟକ୍ ବ୍ୟାନ୍ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌କୁ ଲୋକେ ବୁଝିବା ଆବଶ୍ୟକ। ଯେଉଁ ସବୁ ଆପ୍ ବ୍ୟାନ୍ ହୋଇଛି, ତାହାର ବିକଳ୍ପ ଆପ୍ ଉପଲବ୍ଧ ଅଛି। ଏନେଇ ଲୋକ ସଚେତନ ହୋଇ ଏହାକୁ ବ୍ୟବହାର କରିପାରିବେ। ଏହାସହ ପ୍ଲେଷ୍ଟୋର୍‌ରେ ମିଳୁଥିବା କେଉଁ ଆପ୍ ଚୀନର ସେ ସମ୍ପର୍କରେ ବି ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି। 

 

ଆହୁରି ପଢ଼ନ୍ତୁ

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

You might also like