୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦୀର୍ଘଦିନ ପରେ କରୋନାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ଲକ୍ଷ୍ୟ କରାଯାଉଛି। ଦେଶରେ ପାଖାପାଖି ୭୦ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ସାରିଲେଣି। ତେବେ ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଦୀର୍ଘ ୮୩ ଦିନ ପରେ ପ୍ରଥମ ଥର ପାଇଁ ୫୦ ହଜାରରୁ କମ୍‌ ମାମଲା ସାମ୍ନାକୁ ଆସିଛି।  ସେହିପରି ମୃତକଙ୍କ ସଂଖ୍ୟାମ ମଧ୍ୟ ହ୍ରାସ ପାଇଛି। ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ଆଜି ୫୦୦ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସଚନା ଅନୁସାରେ ଦେଶରେ ଆକ୍ଟିଭ ସଂଖ୍ୟା ୧୦.୨୩ ପ୍ରତିଶତ ରହିଛି। ସୁସ୍ଥ ହାର ୮୮.୨୬ ରହିଛି। ସେହିପରି ଏହି ମହାମାରୀ ବର୍ତ୍ତମାନ ସୁଦ୍ଧା ୧.୫୨ ପ୍ରତିଶତ ଲୋକଙ୍କ ଜୀବନ ନେଇଛି।

ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍‌ ୭, ୪୮, ୫୩୮ ରହିଛି। ୬୭, ୩୩, ୩୨୮ ଜଣ କରୋନାରୁ ମୁକ୍ତ ହୋଇଥିବାବେଳେ ୧, ୧୫, ୧୯୭ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ସୋମବାର ସକାଳ ୮ଟାରୁ ମଙ୍ଗଳବାର ସକାଳ ୮ ସୁଦ୍ଧା ଦେଶରେ ୪୬ ହଜାର ୭୯୦ ନୂଆ ମାମଲା ସାମ୍ନାକୁ ଆସିଛି। ସେହପରି ଦିନକରେ ୬୯, ୭୨୦ ଲୋକ ସୁସ୍ଥ ହୋଇଥିବାବେଳେ ୫୮୭ ଜଣଙ୍କର ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସର୍ବାଧିକ ଆକ୍ରାନ୍ତ ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ। ତେବେ ଏଇ ୫ ରାଜ୍ୟରେ ଏବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଦେଖିବାକୁ ମିଳିଛି। ଏପରି ସ୍ଥିତି ଜାରି ରହିଲେ ଅକ୍ଟୋବର ତୃତୀୟ ସପ୍ତାହ ସୁଦ୍ଧା ପଜିଟିଭ ସଂଖ୍ୟା ପ୍ରତିଦିନ ୬.୧୩ ରହିବ ବୋଲି ଆକାଳନ କରାଯାଉଛି।

 

You might also like