ଗିରଫ ଭୟରେ ନାମ ଓ ଧର୍ମ ବଦଳାଇ ଦେଇଥିଲେ, ୧୧ ବର୍ଷ ଧରି ଖୋଜୁଥିଲା ପୋଲିସ୍

ମୁମ୍ବାଇ: ପ୍ରଥମେ ଅପରାଧ, ପରେ ଫେରାର, ଆଉ ଶେଷରେ ଧର୍ମ ପରିବର୍ତ୍ତନ। ମହିଳାଙ୍କୁ ନିର୍ଯାତନା ଦେଇ ପଳାଇଥିଲେ। ଆଉ ଧରାପଡ଼ିବା ଭୟରେ ନାଁ ଓ ଧର୍ମ ପରିବର୍ତ୍ତନ କରିଥିଲେ ଜଣେ ଯୁବକ। ଆଉ ଶେଷରେ ପୋଲିସ୍‌କୁ ଖୋଜି ଖୋଜି ଅଭିଯୁକ୍ତକୁ ଧରିଛି। ଗତ ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୦ ଡିସେମ୍ବରରେ କୁର୍ଲା ଠାରେ ଜଣେ ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜଣେ ନିର୍ମାଣ ଶ୍ରମିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ନେହରୁ ନଗର ପୋଲିସ୍। କିନ୍ତୁ ଭୟରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା। ଗତ ଗୁରୁବାର ପୋଲିସ ତାକୁ ଗିରଫ କରିଛି। କିନ୍ତୁ ଯେତେବେଳେ ପୋଲିସ ତାକୁ ଗିରଫ କରିଥିଲା, ସେତେବେଳେ  ସେ ତାର ନାମ ଓ ଧର୍ମ ପରିବର୍ତ୍ତନ କରିସାରିଥିଲା। ତେବେ କାହିଁକି ସେ ଧର୍ମ ପରିବର୍ତ୍ତନ କରିଥିଲା, ଆସନ୍ତୁ ଜାଣିବା-

ରାମପୁରେଙ୍କ ବର୍ତ୍ତମାନ ବୟସ ୩୮ ବର୍ଷ। ଧର୍ମ ପରିବର୍ତ୍ତନ କରିବା ପରେ ତାଙ୍କର ନାଁ ମହମ୍ମଦ ରିୟାଜ ସେଖ୍ ହୋଇଛି। ଭିବାନ୍ଦୀରୁ ପୋଲିସ୍ ତାକୁ ଗିରଫ କରିଛି। ଯେଉଁଠି ସେ ୨୦୧୧ରୁ ରହିଆସୁଥିଲା। ନେହରୁ ନଗର ପୋଲିସ କହିବାନୁସାରେ, ”୨୦୧୦ ମସିହାରେ ଅଭିଯୁକ୍ତ ଘର କୁର୍ଲା ସ୍ଥିତ ବଟସାଲାବଇ ନାଏକ ନଗରରେ ରହିଥିଲା। ସେ ତାର ସ୍ତ୍ରୀ ଓ ଝିଅ ସହିତ ରହିଆସୁଥିଲା।

ସେତେବେଳେ ରାମପୁରେ ଅନ୍ୟ ୨ଜଣଙ୍କ ସହିତ ମିଶି ଜଣେ ମହିଳାଙ୍କୁ ଅମାନବୀୟ ଭାବେ ନିର୍ଯାତନା ଦେଇଥିଲେ। ଘର ନିର୍ମାଣ ବାବଦ ଟଙ୍କାକୁ ନେଇ ଜଣେ ମହିଳାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରାମପୁରେ ବାଉଁଶ ଓ କାଠ ଫାଳିଆରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ବୋଲି ଲେହରୁ ନଗର ପୋଲିସ ଷ୍ଟେସନର ପୋଲିସ ଏସ୍‌ଆଇ ଡ୍ୟାନେଶ୍ୱର ପାଟିଲ କହିଛନ୍ତି। ଏ ନେଇ ସେତେବେଳେ ମହିଳା ଜଣକ ଥାନାରେ ଏତଲା ଦେଲା ପରେ ରାମପୁରେଙ୍କ ସହିତ ଅନ୍ୟ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ତାଙ୍କ ବିରୋଧରେ ଆଇପିସି ଧାରା ୩୨୬, ୩୨୩, ୫୦୪, ୩୪ (ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିବା, ଉଦ୍ଦେଶ୍ୟମୂଳକ ଭାବେ ଅନ୍ୟର କ୍ଷତି ପହଞ୍ଚାଇବା) ଭଳି ଅନେକ ସଂଗୀନ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ରାମପୁରେଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯାଇଥିଲା ଓ ୨୦୧୧ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ତେବେ ସେଦିନ ଏତଲା ଦେଇଥିବା ମହିଳାଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଚାଲିଥିବା ପାଟିଲ କହିଛନ୍ତି।

ଏହି ଘଟଣା ପରେ ରାମପୁରେ ତାର ପରିବାରକୁ ଧରି ସେଠାରୁ ଫେରାର ହୋଇଯାଇଥିଲା। ନୂଆ ପରିଚୟ ପତ୍ର ଦେଇ କୁର୍ଲାର ଏକ ଭଡ଼ା ଘର ନେଇ ସେ ରହିଆସୁଥିଲା। ୨୦୧୧ରେ ସେ ଜଣେ ମୁସଲିମ୍ ମହିଳାଙ୍କୁ ବିବାହ କରିଥିଲା। ପୋଲିସ୍ ଠାରୁ ବର୍ତ୍ତିବା ପାଇଁ ସେ ଧର୍ମ ପରିବର୍ତ୍ତନ କରିବାର ଉପାୟ ଭାବିଥିଲା,ଆଉ ତାହାହି କରିଥିଲା। ଆଉ ଶେଷରେ ରାମପୁରେ ନାଁକୁ ପରିବର୍ତ୍ତନ କରି ତାର ନାଁ  ମହମ୍ମଦ ରିଆଜ୍ ଶୈଖ୍ ରଖିଥିଲା ବୋଲି ପାଟିଲ କହିଛନ୍ତି।

ସେ ଆହୁରି କହିଛନ୍ତି ୟେ, ଆମେ ତା ଠାରୁ ପ୍ୟାନ୍ ଓ ଆଧାର କାର୍ଡ ଜବତ କରିବା ସମୟରେ ତାର ନାଁ ସହମ୍ମଦ ରିୟାଜ୍ ଶୈଖ ବୋଲି ଜାଣିବାକୁ ପାଇଥିଲୁ। ଯେତେବେଳେ ଆମେ ବଡ଼ ଅପରାଧୀଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲୁ, ସେତେବେଳେ  ହିଁ ଆମେ ବହୁ ଅଭିଯୁକ୍ତ ନାଁ ସାମନାକୁ ଆସିଥାଏ। ତଦନ୍ତ ସମୟରେ ଆମେ ରାମପୁରେଙ୍କ ନାଁ ଆସିଥିଲା।

ତାଙ୍କୁ ଧରିବା ପାଇଁ ଆମେ ପ୍ରିପ୍ଲାନିଂ କରିଥିଲୁ। ସେ ରହୁଥିବା ବିଭାନ୍ଦିର ଗାୟତ୍ରୀ ନଗର ଅଞ୍ଚଳକୁ ଯାଇଥିଲୁ। କିନ୍ତୁ ସେ ଘରେ ଉପସ୍ଥିତ ନଥିବାରୁ ତାଙ୍କ ସ୍ତ୍ରୀଙ୍କୁ ପଚରାଉଚୁରା କରିଥିଲୁ। ସେ ପ୍ରତି ୧୫ ଦିନ ଅନ୍ତରରେ ଘରକୁ ଆସେ ବୋଲି ଆମେ ଜାଣିବାକୁ ପାଇଥିଲୁ। ତେବେ ଘରକୁ ଆସିଥିବା ବେଳେ ପୋଲିସକୁ ଦେଖି କୌଶଳକ୍ରମେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଲେ ପୋଲିସ୍ ଗିରଫ କରିଥିଲା। ପଚରାଉଚୁରା ସମୟରେ ସେ ଦୋଷ ସ୍ୱୀକାର କରିବା ସହ ଗିରଫ ଭୟରେ ଧର୍ମ ପରିବର୍ତ୍ତନ କରିଥିବା କହିଥିଲା ବୋଲି ପାଟିଲ କହିଛନ୍ତି। ରାମପୁରେଙ୍କୁ କୋର୍ଟରେ ହାଜର କରିବା ପରେ ତାକୁ ବିଚାର ବିଭାଗୀୟ ହାଜତ ପଠାଯାଇଛି।

You might also like