ଏବେ ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା: ୨,୫୦୦ ଘୁଷୁରୀଙ୍କ ଜୀବନ ନେଲାଣି ଏହି ରୋଗ

ଗୌହାଟୀ: ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବାବଳେ ଏବେ ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା ବଢ଼ିଛି। ଏହି ଭାଇରସ୍‌ ଯୋଗୁ ପାଖାପାଖି ଅଢ଼େଇ ହଜାର ଘୁଷୁରୀଙ୍କ ଜୀବନ ଗଲାଣି। ଏହି ଭାଇରସ୍‌ର ନାଁ ହେଲା ‘ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲ୍ୟୁ’।

ଆସାମରେ ଏହି ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲ୍ୟୁ ଦେଖା ଦେଇଛି। ଆସାମର ୩୦୬ ଗାଁର ପାଖାପାଖି ଅଢ଼େଇ ହଜାର ଘୁଷୁରୀଙ୍କ ଜୀବନ ନେଲାଣି ଏହି ସ୍ୱାଇନ୍ ‌ଫ୍ଲ୍ୟୁ। ଏନେଇ ରବିବାର ଆସାମ ସରକାର ସୂଚନା ଦେଇଛନ୍ତି।

ଆସାମର Animal Husbandry and Veterinary ମନ୍ତ୍ରୀ ଅତୁଲ ବୋରା ସୂଚନା ଦେଇ କହିଛନ୍ତି, ‘କେନ୍ଦ୍ର ମଞ୍ଜୁରୀ ଦେଲେ ମଧ୍ୟ, ହଠାତ୍‌ ଘୁଷୁରୀଙ୍କୁ ହତ୍ୟା କରାଯିବ ନାହିଁ। ତେବେ ଏହି ଘାତକ ସଂକ୍ରମଣକୁ କିଭଳି ଭାବରେ ରୋକା ଯାଇପାରିବ, ସେନେଇ ଅନ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ।” ତେବେ ଏହି ରୋଗ ସହ କୋଭିଡ୍‌-୧୯ର କୌଣସି ସମ୍ପର୍କ ନାହିଁ ସେ ସ୍ପଷ୍ଟ କରିଛନ୍ତି।

ସେ ଆହୁରି କହିଛନ୍ତି, “ଏହା ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲ୍ୟୁ ବୋଲି ଭୋପାଳ ସ୍ଥିତ The National Institute of High Security Animal Diseases (NIHSAD) ସ୍ପଷ୍ଟ କରିଛି। ଏହି ରୋଗ ଦେଶର ପ୍ରଥମ ମାମଲା ବୋଲି କେନ୍ଦ୍ର ସରକାର କହିଛନ୍ତି।”

୨୦୧୯ରେ ରାଜ୍ୟ ବିଭାଗ ଦ୍ୱାରା କରାଯାଇଥିବା ଜନଗଣନା ଅନୁସାରେ, ଆସାମରେ ଘୁଷୁରୀଙ୍କ ସଂଖ୍ୟା ୨୧ ଲକ୍ଷ ଥିଲା। ଏବେ ଏହା ବୃଦ୍ଧି ପାଇ ୩୦ ଲକ୍ଷରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like