ମହିଳା ପୋଲିସ୍‌ ଅଧିକାରୀଙ୍କ ଆଖିତାଡ଼ି ଗୁଳି ମାରିଲେ ତାଲିବାନ

କାବୁଲ୍‌: ତାଲିବାନ୍‌ ଆତଙ୍କବାଦୀଙ୍କ ସହ ଶାନ୍ତି ସ୍ଥାପନ କରିବାପାଇଁ ଆଫଗାନିସ୍ଥାନ ସରକାରଙ୍କ ଚୁକ୍ତି ପରେ ବି ସେଠାରେ ଆତଙ୍କୀ କାର୍ଯ୍ୟକଳାପ କମୁନାହିଁ। ପୋଲିସ୍‌ ଷ୍ଟେସନ୍‌ରେ କାର୍ଯ୍ୟ କରିବା କାରଣରୁ ଆତଙ୍କବାଦୀମାନେ ଜଣେ ୩୩ ବର୍ଷୀୟ ମହିଳା ଅଧିକାରୀଙ୍କ କେବଳ ଆଖି ତାଡ଼ି ନାହାନ୍ତି ବରଂ ଆଖିରେ ଛୁରୀ ଭୁସିବା ପରେ ଗୁଳି ମଧ୍ୟ ମାରିଛନ୍ତି। କିନ୍ତୁ ଆଖପାଖରେ ଥିବା ଲୋକଙ୍କ ସାହାଯ୍ୟରେ ସେ ଠିକ୍‌ ସମୟରେ ହସ୍ପିଟାଲ୍‌ରେ ପହଞ୍ଚି ପାରିଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଛି।

ରିପୋର୍ଟ ଅନୁସାରେ, ୩୩ ବର୍ଷୀୟ ଖଟେରା ଆଫଗାନିସ୍ଥାନ ଗଜନୀ ପ୍ରାନ୍ତର ଏକ ପୋଲିସ୍‌ ଷ୍ଟେସନ୍‌ରେ ଚାକରୀ କରନ୍ତି। ସେ ତିନି ମାସ ପୂର୍ବରୁ  ଏହି ଥାନାରେ ଜଣେ ଅଧିକାରୀ ରୂପେ ନିଯୁକ୍ତ ହୋଇଥିଲେ।

କିଛି ମାସ ପୂର୍ବେ ତାଲିବାନ୍‌ମାନେ ସରିୟା ଆଇନ୍‌ ଅନୁଯାୟୀ ମହିଳାଙ୍କୁ ସମ୍ମାନ କରିବେ ବୋଲି କହିଥିଲେ। କିନ୍ତୁ ସେମାନେ ଏହି ନିୟମକୁ ନମାନି ଏପରି କାର୍ଯ୍ୟ କରିଥିଲେ।

ଏହାଛଡ଼ା ଉକ୍ତ ମହିଳା ଏହି ଘଟଣା ପାଇଁ ତାଙ୍କ ବାପାଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ପୋଲିସ୍ ଚାକିରୀକୁ ନେଇ ତାଙ୍କ ପିତା ଖୁସି ନଥିଲେ। ଡ୍ୟୁଟିରେ ଗଲାବେଳେ ସେ କେତେଥର ତାଙ୍କ ପଛେପଛେ ଆସିଛନ୍ତି ଏବଂ ସେ ହିଁ ଆଖପାଖରେ ଥିବା ତାଲିବାନଙ୍କୁ କହି ଡ୍ୟୁଟିରେ ଯିବା ପାଇଁ ବାଧା ସୃଷ୍ଟି କରୁଥିଲେ। ଏଥିସହ ସେ ପୋଲିସ୍‌ ଆଇଡି କାର୍ଡର ଫଟୋକପି ମଧ୍ୟ ସେମାନଙ୍କୁ ପଠାଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।

 

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like