ଫ୍ରାନ୍ସରୁ ଆସିଲା ରାଫେଲ ଫାଇଟର୍ ଜେଟ୍

ନୂଆଦିଲ୍ଲୀ: ଭାରତକୁ ଆସୁଛି ରାଫେଲ୍ ଫାଇଟର୍ ଜେଟ୍।  ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଥିବା ରାଫେଲ ଜେଟ୍‌ ଖୁବ୍‌ ଶୀଘ୍ର ଭାରତରେ ପହଞ୍ଚିବ। ୫ଟି ରାଫେଲ ଫାଇଟର ଏୟାର୍ କ୍ରାଫ୍ଟ ଆଜି ଫ୍ରାନ୍ସର ମେରିଗନାକରୁ ବାହାରିଛି।  ମେରିଗନାକ୍‌ରେ ଫ୍ରାନ୍ସ ଅଧିକାରୀଙ୍କ ସହ ବାୟୁ ସେନା ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତଙ୍କ ଆଲୋଚନା ପରେ ଏହି ୧୦ ଜଣ ପାଇଲଟ୍ ରାଫେଲ୍‌କୁ ନେଇ ଭାରତ ଆସୁଛନ୍ତି।

ଜୁଲାଇ ୨୯ରେ ଏହା ଅମ୍ବାଲାରେ ଏୟାରଫୋର୍ସରେ ସାମିଲ ହେବ ରାଫେଲ । ସୀମାନ୍ତରେ ଚୀନ-ପାକିସ୍ତାନ ଯେପରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରୁଛନ୍ତି ସେ ଦୃଷ୍ଟିରୁ ବାୟୁସେନାରେ ରାଫେଲକୁ ସାମିଲ କରାଯିବା ବେଶ ଗୁରୁତ୍ୱ ବହନ କରୁଛି।

ଏହି ଫାଇଟର ଜେଟ ସିଧା ୟୁଏଇର ଆବୁଧାବିରେ ଆସି ପହଞ୍ଚିବ । ୧୦ ଘଣ୍ଟାର ଯାତ୍ରା ପରେ ଆଜି ଆବୁଧାବିରେ ହେବ ରାତ୍ରି ରହଣି । ୧୦ ଘଣ୍ଟାର ଯାତ୍ରା ବେଳେ ଆକାଶରେ ହିଁ ଦୁଇ ଥର ଇନ୍ଧନ ଅଭର୍ତ୍ତି କରାଯିବ । ଏଥିପାଇଁ ଫ୍ରାନ୍ସ ଏୟାରଫୋର୍ସର ଦୁଇଟି ରିଫୁଏଲର୍ ମଧ୍ୟ ଆସୁଛି ।

ଆଜି ଆବୁଧାବିରେ ରାତ୍ରି ରହଣି ପରେ ଆସନ୍ତାକାଲି ଯାତ୍ରା ଆରମ୍ଭ କରି ରାଫେଲ ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିବ। ଅମ୍ବାଲା ବେସ୍‌ରେ ହେବ ରାଫେଲର ପ୍ରଥମ ସ୍କ୍ୱାର୍ଡନ।

ଶତ୍ରୁଦେଶର ସୀମାରେ ପ୍ରବେଶ ନ କରି ମଧ୍ୟ ଏହି ଲଙ୍ଗ ରେଞ୍ଜ ମିସାଇଲକୁ ଉତ୍‌କ୍ଷେପଣ କରାଯାଇପାରିବ । ଯେକୌଣସି ଯୁଦ୍ଧ ବିମାନ ମୁତୟନ କରିବା ପାଇଁ ପ୍ରାୟତଃ ୬ ମାସ ଲାଗିଥାଏ।  କିନ୍ତୁ ଲଦାଖରେ ଚୀନ ସହିତ ଯେଉଁ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଛି, ତାକୁ ଦେଖି ଏକ ସପ୍ତାହ ମଧ୍ୟରେ ରାଫେଲକୁ ଲଦାଖ LAC ରେ ମୁତୟନ କରାଯିବ ବୋଲି ଜଣାପଡ଼ିଛି । ୧୨ ଜଣ ପାଇଲଟ ଫ୍ରାନ୍ସ ଯାଇ ରାଫେଲରେ ଟ୍ରେନିଂ ନେଇଛନ୍ତି । ମୋଟ ୩୬ ଜଣ ପାଇଲଟଙ୍କୁ ଏହି ଟ୍ରେନିଂ ଦିଆଯିବ।

ସୂଚନାଥାଉ କି, ରାଫେଲ ପାଇଁ ଭାରତ ସରକାର ୨୦୧୬ ସେପ୍ଟେମ୍ବରରେ ଫ୍ରାନ୍ସ ସହିତ ଚୁକ୍ତି ହୋଇଥିଲା ।

 

You might also like