ବେଙ୍ଗାଲୁରୁରେ ଶକ୍ତି ପ୍ରଦର୍ଶନ କଲା ଭାରତ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆଜି ଶକ୍ତି ପ୍ରଦର୍ଶନ କରିଛି ଭାରତ। ଉଦଘାଟନୀ ସମାରୋହରେ LCA ତେଜସ୍, ରାଫେଲ୍ ଓ ଲାଇଟ୍ ୟୁଟିଲିଟି ହେଲିକପ୍ଟର୍ର ଉଡ଼ାଣ ଦେଖିବାକୁ ମିଳିଛି । ସୁଖୋଇ 30MKI ଦ୍ୱାରା ତ୍ରିଶୂଳ ଆକୃତିରେ ଉଡାଣ କରାଯାଇଥିଲା । ସୂର୍ଯ୍ୟକିରଣରେ ଝଲସୁଥିଲା ହେଲିକପ୍ଟରର ଉଡ଼ାଣ।
ଏରୋବାଟିକ ଟିମ୍ ଦ୍ୱାରା ଚିତାକର୍ଷକ ଏୟାର ସୋ ଦେଖିବାକୁ ମିଳିଥିଲା ଆମେରିକାର B-1B ଲାନ୍ସର ଏୟାରକ୍ରାଫ୍ଟ । ଏହି ଏୟାର ସୋର ଅନ୍ୟ ଏକ ଆକର୍ଷଣ ରହିଥିଲା ଆମେରିକାରୁ ପ୍ରାୟ ୨୬ଘଣ୍ଟାରୁ ଅଧିକ ସମୟ ଉଡାଣ କରିବା ପରେ B-1B ଏୟାରକ୍ରାଫ୍ଟ ଏୟାରସୋରେ ସାମିଲ ହୋଇଥିଲା । ଭାରତୀୟ ବାୟୁସେନା, ସ୍ଥଳ ସେନା, ନୌସେନା, ହାଲ, ତଟରକ୍ଷୀ ବାହିନୀର ଅନେକ ବିମାନ ଏହି ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି।
ପ୍ରଥମ ଥର ପାଇଁ ଏହି ଏୟାର ସୋ ହାଇବ୍ରିଡ୍ ମୋଡରେ ହୋଇଛି। ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଅତ୍ୟାଧୁନିକ ବିମାନର ଉଡାଣ ସହ ଭର୍ଚୁଆଲ ମୋଡରେ ମଧ୍ୟ ଅନେକ ଦେଶ ଭାଗ ନେଇଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ସାମିଲଥିବା ୧୪ଟି ଦେଶର ୭୮ଟି କଂପାନୀ ଏଥିରେ ସାମିଲ ହୋଇଛନ୍ତି । ଡିଆରଡିଓ ପକ୍ଷରୁ ତିନି ଦିନ ଧରି ହେବାକୁ ଥିବା ଏରୋ ଇଣ୍ଡିଆ ସୋରେ ଉଭୟ ଫିଜିକାଲ୍ ଓ ଭର୍ଚୁଆଲ୍ ଏୟାର ସୋ ଦେଖିବାକୁ ମିଳିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଏରୋ ଇଣ୍ଡିଆ ସୋକୁ ଉଦ୍ଘାଟନ କରିଛନ୍ତି । ସିଡିଏସ ବିପିନ ରାଓ୍ୱତଙ୍କ ସହ ତିନି ସେନାର ମୁଖ୍ୟ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।ଳ ଏଥିସହିତ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନା ଭାଇରସ ମହାମାରୀ ସମୟରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ଏଥିପାଇଁ ସବୁପ୍ରକାର କୋଭିଡ ସତର୍କତା ଅବଲମ୍ବନ କରାଯାଇଛି। ତିନିଦିନିଆ ଏହି କାର୍ଯ୍ୟକମରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନେଗଟିଭ ଆରଟି ପିସିଆର ଟେଷ୍ଟ ସାର୍ଟିଫିକେଟ ଦେବା ବାଧ୍ୟତାମୂଳକ କରାଯାଇଛି। ଏହି ସାର୍ଟିଫିକେଟ ୩୧ ଜାନୁଆରୀ ସକାଳ ୯ଟା ପୂର୍ବରୁ ନ ହେବା ପାଇଁ କୁହାଯାଇଛି।
Karnataka: Defence Minister Rajnath Singh at Aero India show in Bengaluru; the event to be held from today to February 5. pic.twitter.com/jZHDDn42aV
— ANI (@ANI) February 3, 2021