ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କର ରବିବାର ସକାଳେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି।

ସୁପ୍ରିମକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ି ସେ ଖ୍ୟାତି ଅର୍ଜନ କରିଥିଲେ। ସେ ଇନ୍ଦିରା ଗାନ୍ଧୀ ହତ୍ୟା ମାମଲା, ହର୍ଷଦ ମେହେଟ୍ଟା କେସ୍‌ ପରି ବହୁ ଗୁରୁତ୍ୱପୂର୍ଣ୍ଣ କେସ୍‌ ଲଢ଼ିଥିଲେ।

ଜେଠମଲାନୀଙ୍କ ଜନ୍ମ ସିନ୍ଧ ପ୍ରଦେଶ (ପାକିସ୍ତାନ)ର ଶିଖାରପୁରରେ ୧୯୨୩ ସେପ୍ଟେମ୍ବର ୧୪ ତାରିଖରେ ହୋଇଥିଲା। ୧୯୫୯ରେ ନାନାବତୀ କେସ୍‌ ଲଢି ଲୋକଲୋଚନକୁ ଆସିଥିଲେ। ୨୦୧୦ରେ ସେ ସୁପ୍ରିମ କୋର୍ଟ ବାର ଆସୋସିଏଶନ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଏହାବ୍ୟତୀତ ମୁମ୍ବଇ ଲୋକସଭା ଆସନରୁ ଭାଜପା ଟିକଟରେ ଲଢି ଜିତିଥିଲେ। ବାଜପେୟୀ ସରକାରରେ ସେ ଆଇନ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।

ଜେଠମଲାନୀ ନିଜର ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥିଲେ। ୧୭ ବର୍ଷ ବୟସରେ ସେ ଓକିଲାତି ଡିଗ୍ରୀ ହାସଲ କରିପାରିଥିଲେ। ସେତେବେଳେ ନିୟମର ସଂଶୋଧନ କରାଯାଇ ତାଙ୍କୁ ୧୮ ବର୍ଷ ବୟସରେ ଓକିଲାତି ପ୍ରାକ୍ଟିସ୍‌ କରିବା ପାଇଁ ଅନୁମତି ଦିଆଯାଇଥିଲା। ତା ପୂର୍ବରୁ ପ୍ରାକ୍ଟିସ୍‌ର ବୟସସୀମା ୨୧ ବର୍ଷ ଥିଲା।

ତାଙ୍କର ପୁଅ ମହେଶ ଜେଠମଲାନୀ ମଧ୍ୟ ଜଣେ ଜଣାଶୁଣା ଓକିଲ। ତାଙ୍କର ଗୋଟିଏ ଝିଅ ଆମେରିକାରେ ରହୁଛନ୍ତି।

 

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like