ନୂଆଦିଲ୍ଲୀ: ଏସିଆର ଦ୍ୱିତୀୟ ସବୁଠାରୁ ବଡ଼ ଗ୍ରୁପ ଆଦାନୀକୁ ଲାଗିଛି ଜବରଦସ୍ତ ଝଟକା। ସେୟାର ବଜାରରେ ଗତ କିଛି ମାସ ଧରି ଲାଭ ଦେଉଥିବା କମ୍ପାନିର ସେୟାର୍ ଏକାବେଳେ ୨୫ ପ୍ରତିଶତ ତଳକୁ ଖସିଛି। ଗତକାଲି ବମ୍ବେ ଷ୍ଟକ୍ ଏକ୍ସେଜେଞ୍ଜରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ର ସେୟାର ୨୫ ପ୍ରତିଶତ କମି ୧,୨୦୧ ଟଙ୍କାକୁ ଖସିଥିଲା। ଏହି ସେୟାର ଗତବର୍ଷରୁ ଗ୍ରାହକ ୭୭୭ ଟଙ୍କାରୁ ଅଧିକରେ ରିଟର୍ଣ୍ଣ ପାଇଥିଲେ।

ସେହିପରି ଆଦାନୀ ପୋର୍ଟସର ସେୟାର୍ ୧୯ ପ୍ରତିଶତ କମି ପ୍ରାୟ ୬୮୨ ଟଙ୍କାରେ ପହଞ୍ଚିଥିଲା। ସମାନ ପରିସ୍ଥିତି ଅଦାନୀ ଏନର୍ଜି, ଆଦାନୀ ପାଓ୍ବାର, ଆଦାନୀ ଟାର୍ସମିସନ୍‌ରେ ହୋଇଛି। ଆଦାନି ଗ୍ରୁପରେ ବିନିଯୋଗ କରିଥିବା ତିନି ବିଦେଶୀ କମ୍ପାନି ଉପରେ ରୋକ ଲଗାଇଛି। ନ୍ୟାସନାଲ ସିକ୍ୟୁରିଟିଜ୍ ଡିପୋଜିଟରୀ ଲିମିଟେଡ୍-NSDL। ପ୍ରାୟ ୪୩ ହଜାର ୫ ଶହ କୋଟି ଟଙ୍କାର ନିବେଶ ଉପରେ ରୋକ ଲାଗିଥିବାରୁ ଏହାର ସିଧା ପ୍ରଭାବ ସେୟାର ମାର୍କେଟ ଉପରେ ପଡ଼ିଛି।

ଇକୋନୋମିକ୍ ଟାଇମ୍ସର ଖବର ଅନୁସାରେ, ଏହି ତିନି କମ୍ପାନି FDI ନିୟମକୁ ଖିଲାପ କରିଥିଲେ। ଏନେଇ NSDL କୈଫିୟତ୍ ତଲବ ପରେ ବି କୌଣସି ଉତ୍ତର ଆସିନଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ସେପଟେ ସେୟାର ବଜାରରେ ନୈରାଶଜନକ ପ୍ରଦର୍ଶନ ପରେ ଆଦାନୀ ଗ୍ରୁପ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ଖୁବ୍ ଶୀଘ୍ର ପରିସ୍ଥିତି ସୁଧୁରିବ ବୋଲି ଗ୍ରାହକଙ୍କୁ ଆଶ୍ୱାସନା ଦେଇଛନ୍ତି।

Other Stories