LACରେ ଫେରିବ ପୂର୍ବସ୍ଥିତି ! ଆଜି WMCCର ଆଉ ଏକ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ:ଲଦାଖର ଗଲଓ୍ୱାନ୍ ଘାଟିରେ ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର ପରେ ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ନେଇ ଖୋଲିଛି ବାଟ । କୂଟନୈତିକ ସ୍ତରରେ ହେଉଥିବା WMCC ବା Working Mechanism for Consultation & Coordinationର ଆଉ ଏକ ପର୍ଯ୍ୟାୟ ଆଲୋଚନା ଆଜି ହେବାର ସମ୍ଭାବନା ଅଛି ।

ସୀମା ବିବାଦର ସମାଧାନ ଦିଗରେ କୂଟନୈତିକ ସ୍ତରରେ ଏହି ଭର୍ଚୁଆଲ ବୈଠକରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ସୀମାରେ ସେନା ପ୍ରତ୍ୟାହାର ଏବଂ ଉତ୍ତେଜନା ହ୍ରାସ ପରେ ଏହା ହେବ ପ୍ରଥମ ବୈଠକ। ପୂର୍ବରୁ ଜୁନ ୫ ଏବଂ ଜୁନ ୨୨ରେ ମଧ୍ୟ WMCC ବୈଠକ ବସିଥିଲା। ତେବେ ସେଥିରୁ କୌଣସି ନିଷ୍କର୍ସ ବାହାରି ନଥିଲା।  ଜୁନ୍ ୩୦ରେ କୋର କମାଣ୍ଡର ବୈଠକରେ ସୈନ୍ୟ ପ୍ରତ୍ୟାହାର ପାଇଁ ସହମତି ପ୍ରକାଶ ପାଇଥିଲା।

ଚୀନ ଏବଂ ଭାରତ ମଧ୍ୟରେ ଥିବା LAC ସୀମା ବିବାଦର କୂଟନୈତିକ ସ୍ତରୀୟ ସମାଧାନ ପାଇଁ ୨୦୧୨ ମସିହାରେ WMCCର ଗଠନ ହୋଇଥିଲା। ସେପଟେ ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାରରେ ଫିଙ୍ଗର-୪ରୁ ଫିଙ୍ଗର-୫ ଏରିଆକୁ ପଛକୁ ଫେରିଛି ଚୀନ୍ ସେନା। ସେହିଭଳି ହଟ୍ ସ୍ପ୍ରିଙ୍ଗ୍ସ, ପାଟ୍ରୋଲିଂ ପଏଣ୍ଟ-୧୫ରୁ ମଧ୍ୟ PLA ନିଜ ସେନାକୁ ପ୍ରତ୍ୟାହାର କରିଛି ।

ଭାରତ ମଧ୍ୟ ଅନୁରୂପ ଭାବେ ସେନା ପ୍ରତ୍ୟାହାର କରିଛି ।

ଆହୁରି ପଢ଼ନ୍ତୁ

You might also like