‘ମୁଁ ଗିରଫ ହେବା ଭଳି କୌଣସି ଅପରାଧ କରିନି’

ମୁମ୍ୱାଇ: ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ତିନି ତିନିଟି ତଦନ୍ତକାରୀ ସଂସ୍ଥାର ତଦନ୍ତର କେନ୍ଦ୍ରବିନ୍ଦୁ ଥିବା ରିଆ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି।

ରିଆ କହିଛନ୍ତି ସୁଶାନ୍ତ ଅବସାଦରେ ଥିବା ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ କିନ୍ତୁ ସେମାନେ ତାକୁ ଗୁରୁତ୍ୱ ନଦେଇ ସେମିତି ଛାଡ଼ି ଦେଇଥିଲେ। ସୁଶାନ୍ତଙ୍କ ବାପା କେକେ ସିଂଙ୍କ ଉଦ୍ଦେଶ୍ୟରେ ରିଆ କହିଛନ୍ତି, ମୁଁ ତାଙ୍କ ପୁଅକୁ ଭଲ ପାଉଥିଲି, ତାଙ୍କ ଯତ୍ନ ନେଉଥିଲି, ସେ ଅତି କମରେ ସେ ମାନବିକତା ଦେଖାଇବା କଥା। ଘଟଣା ପାଇଁ ତାଙ୍କ ପୁରା ପରିବାର ସଦସ୍ୟଙ୍କ ଯାଞ୍ଚ କରାଯାଉଥିବା ରିଆ କହିଛନ୍ତି।

ବ୍ୟବସ୍ଥା ଉପରେ ବିଶ୍ୱାସ ରହିଥିବାରୁ ଆମେ ବଞ୍ଚିଛୁ, କେବଳ ସତ କହୁଛି ବୋଲି ବଞ୍ଚିଛି ନଚେତ ଆମେ ମଧ୍ୟ ଆତ୍ମହତ୍ୟା କରିଥାନ୍ତୁ। ଘଟଣା ପାଇଁ ସେ ଗିରଫ ହୋଇପାରନ୍ତି, କିନ୍ତୁ ଗିରଫ ହେବା ଭଳି ସେ କୌଣସି ଅପରାଧ କରିନାହାନ୍ତି। ମା ମାନସିକ ଭାବେ ଭାଙ୍ଗି ପଡ଼ିଥିବା ବେଳେ ବାପା ନିର୍ଯାତିତ ହେଉଛନ୍ତି।

ସାରା ଦେଶ ବିଶ୍ୱାସ କରୁଥିବା ଖବର ଅମୂଳକ ଅଟେ। ସେ ତାଙ୍କ ଜୀବନରେ କୌଣସି ହେଲେ ନିଶା ବ୍ୟବସାୟୀଙ୍କୁ ଭେଟି ନାହାନ୍ତି କି ନିଶା ସେବନ କରି ନାହାନ୍ତି। ଏଥିପାଇଁ ସେ ତାଙ୍କ ରକ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ। ତେବେ ସୁଶାନ୍ତ ମାରିଜୁଆନା ସେବନ କରୁଥିଲେ ଏବଂ ସେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ରିଆ କହିଛନ୍ତି।

ସେହିଭଳି ସୁଶାନ୍ତଠାରୁ ସେ ଟଙ୍କାଟିଏ ବି ନେଇ ନାହାନ୍ତି। ଉଭୟଙ୍କ ମିଳିତ ଉଦ୍ୟମରେ କେବଳ ବ୍ୟବସାୟ ଚାଲୁଥିଲା। ଗଣମାଧ୍ୟମରେ ଯାହା ଖବର ଆସୁଛି ତାହା ମିଛ। ତେବେ ଏସବୁ ସ୍ପଷ୍ଟୀକରଣ ପରେ ସୁଶାନ୍ତ ଅବସାଦ ଓ ମୃତ୍ୟୁ ପାଇଁ ତାଙ୍କ ପରିବାର, ଭଉଣୀ ଓ ସହ ଅଭିନେତ୍ରୀଙ୍କ ଆଡଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ରିଆ।

You might also like