ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ଦେଲା ଚାଞ୍ଚଲ୍ୟକର ତଥ୍ୟ
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଘଟଣା ପ୍ରାୟ ଏକ ମାସ ହୋଇଗଲା । ତଥାପି ଏ ପର୍ଯ୍ୟନ୍ତ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ସୁଚିନ୍ତିତ ଭାବେ କେହି ତାଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ସୁଶାନ୍ତ ଜଣେ ହସଖୁସିର ମଣିଷ ଯିଏ କି କମ୍ ସମୟ ଭିତରେ ବହୁତ ବଡ଼ ସଫଳତା ପାଇ ପାରିଛନ୍ତି । ତେଣୁ ସେ ଯେ ଆତ୍ମହତ୍ୟା କରିଥିବେ ଏକଥା କେହି ବିଶ୍ୱାସ କରିପାରୁ ନାହାନ୍ତି।
ସୁଶାନ୍ତ ଡିପ୍ରେସନରେ ଥିଲେ। ଏକଥା ସମସ୍ତେ ଜାଣନ୍ତି। ହେଲେ ଏବେ ଆଉ ଏକ ଚମକାଇ ଦେବା ପରି ରିପୋର୍ଟ ଆସିଛି। ଏପରି ରିପୋର୍ଟ ଦେଇଛନ୍ତି ମୁମ୍ବାଇର ଜଣେ ପୋଲିସ ଅଫିସର। ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ସୁଶାନ୍ତ ଦୁଇ ଦୁଇଟି ରୋଗ ପେରୋନିଆ ଏବଂ ବାଇପୋଲର ଡିଜଅର୍ଡରରେ ଆକ୍ରାନ୍ତ ଥିଲେ। ଏପରିକି ଆକ୍ରାନ୍ତ ହେବା ପରେ ସେ ଏକ ସପ୍ତାହ ପର୍ଯ୍ୟନ୍ତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଏକ ଜାତୀୟ ଗଣାମଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ଯେ ଏକ ଷଡଯନ୍ତ୍ର ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ମିଳିନାହିଁ । ବରଂ ଏହା ସମ୍ପୂର୍ଣ୍ଣ ଆତ୍ମହତ୍ୟା ବୋଲି ଜାଣିବାକୁ ମିଳୁଛି। ସୁଶାନ୍ତ ପେରୋନିଆ ଏବଂ ବାଇପୋଲର ଡିଜଅର୍ଡରରେ ଆକ୍ରାନ୍ତ ଥିଲେ ଏବଂ ଲକ୍ଡାଉନ ପୂର୍ବରୁ ଚିକିତ୍ସିତ ହେଉଥିଲେ।
ପୋଲିସ ଅଫିସର ଜଣକ ଏକଥା ମଧ୍ୟ କହିଛନ୍ତି, ସୁଶାନ୍ତଙ୍କ ମା’ ଡିପ୍ରେସନରେ ପୀଡିତ ଥିଲେ। ତାଙ୍କର ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲା। ତା’ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମା’ଙ୍କ ମୃତ୍ୟୁ ବେଳକୁ ସୁଶାନ୍ତଙ୍କୁ ୧୬ ବର୍ଷ ହୋଇଥିଲା। ମା’ଙ୍କ ମୃତ୍ୟୁ ବେଳକୁ ୪ ଭଉଣୀଙ୍କ ବିବାହ କରି ସାରିଥିଲେ। ବାପା ବିହାରରେ ରହୁଥିଲେ। ତେବେ ତଦନ୍ତରୁ ଜଣାପଡ଼ିଛି, ବଲିଉଡରେ ଏତେ ବ୍ୟସ୍ତତା ଭିତରେ ବି ସୁଶାନ୍ତ ନିଃସଙ୍ଗତା ଅନୁଭବ କରୁଥିଲେ।
ପୋଲିସ ଅଧିକାରୀଜଣକ ଏକଥା ମଧ୍ୟ କହିଛନ୍ତି ଯେ, ପେରୋନିଆ ଏପରି ଏକ ମାନସିକ ରୋଗ, ଯେଉଁଥିରେ ଲୋକ ଅନ୍ୟକୁ ସନ୍ଦେହ କରିବା ଆରମ୍ଭ କରିବ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ଅନୁଭବ କରିବ ଯେମିତି ତାକୁ ସମସ୍ତେ ଘୃଣା କରୁଛନ୍ତି। ଅନ୍ୟପକ୍ଷେ ବାଇପୋଲର ଡିଜଅର୍ଡରରେ ମଣିଷ ଖୁବ୍ ଚିନ୍ତାଗ୍ରସ୍ତ ରହିବ। କେତେବେଳେ ଆତ୍ମବିଶ୍ୱାସ ବଢିଯିବ ତ କେତେବେଳେ ନିଜ ଉପରେ ନିୟନ୍ତ୍ରଣ ରହିବ ନାହିଁ।