ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

ମୁମ୍ବାଇ: ସୁଶାନ୍ତ ସିଂହଙ୍କ ପରେ ବିହାରରୁ ଆସି ମୁମ୍ବାଇରେ ସଂଘର୍ଷ କରୁଥିବା ଆଉ ଜଣେ ଉଦୀୟମାନ ଅଭିନେତାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ୨୬ ବର୍ଷୀୟ ଟିଭି କଳାକାର ଅକ୍ଷତ ଉତ୍କର୍ଷ। ମୁମ୍ବାଇର ଅନ୍ଧେରୀରେ ରହୁଥିବା ଫ୍ଲାଟ୍‌ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉତ୍କର୍ଷ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉତ୍କର୍ଷଙ୍କ ମୂଳଘର ବିହାର ମୁଜାଫରପୁରରେ।

ଶବ ବ୍ୟବଚ୍ଛେଦ ପରେ ଅକ୍ଷତଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଫେରାଇ ଦେଇଛି ପୁଲିସ। ତେବେ ପୁଅ ଅତ୍ମହତ୍ୟା କରିନି ବରଂ ତାର ହତ୍ୟା ହୋଇଛି ବୋଲି କହିବା ସହିତ ମୁମ୍ବାଇ ପୁଲିସ୍‌ ଠିକ୍‌ ଭାବରେ ତଦନ୍ତ କରିନାହିଁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ଅକ୍ଷତ ମୁମ୍ବାଇ ଆସି ଟିଭି ଇଣ୍ଡଷ୍ଟ୍ରୀରେ କାମ କରୁଥିଲେ। କିନ୍ତୁ ବର୍ତ୍ତମାନ କିଛି କାମ ନ ମିଳିବାରୁ ସେ ମାନସିକ ଚାପରେ ଥିଲେ। ତେଣୁ ସେ ତଉଲିଆରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ପରିବାର ଲୋକ ମାନସିକ ଚାପ ବା ଡିପ୍ରେସନ କଥାକୁ ଅସ୍ୱୀକାର କରିଛନ୍ତି। ଏହି ନବାଗତ କଳାକାର ଅକ୍ଷତଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ପୁଲିସ୍‌ କହିଛି, ଅକ୍ଷତ ତାଙ୍କର ଜଣେ ବାନ୍ଧବୀଙ୍କ ସହ ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ବାନ୍ଧବୀ ପୁଲିସ୍‌କୁ କହିଛନ୍ତି ଯେ ରବିବାର ସନ୍ଧ୍ୟାରେ ଅକ୍ଷତ ଅସାଧାରଣ ଭାବେ ବ୍ୟବହାର ପ୍ରଦର୍ଶନ କରିଥିଲେ। ତଥାପି ଉଭୟ ଏକାଠି ରାତ୍ର ଭୋଜନ କରିବା ପରେ ଶୋଇବାକୁ ଯାଇଥିଲେ। ତେବେ ସେ ରାତି ପ୍ରାୟ ୧୧.୩୦ରେ ୱାଶରୁମକୁ ଯିବା ପରେ ଅକ୍ଷତ ତାଙ୍କ ରୁମରେ ନିସ୍ତେଜ ହୋଇ ପଡ଼ି ରହିଥିଲେ।

ଏହାପରେ ବାନ୍ଧବୀ ଜଣଙ୍କ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅକ୍ଷତଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଠାରୁ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କୋପର ହସ୍ପିଟାଲକୁ ନିଆଯାଇଥିଲା ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ପୁଲିସ୍‌ ଏବେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଲକଡାଉନ ଯୋଗୁ ଅକ୍ଷତଙ୍କ ପାଖରେ କୌଣସି କାମ ନଥିଲା। ଏଥିପାଇଁ ସେ ପରିବାର ଓ ବନ୍ଧୁମାନଙ୍କ ଠାରୁ ଟଙ୍କା ଆଣି ଚଳୁଥିଲେ। ଏହାକୁ ନେଇ ସେ ବେଶ ଡିପ୍ରେସନରେ ରହିଥିଲେ।

ଅନ୍ୟପକ୍ଷରେ ଅକ୍ଷତଙ୍କ ସମ୍ପର୍କୀୟ ମାମୁ ରଞ୍ଜିତ ସିଂହ କହିଛନ୍ତି, ରବିବାର ରାତି ୯ଟା ସମୟରେ ସେ ଅକ୍ଷତଙ୍କ ପିତାଙ୍କ ସହ କଥା ହୋଇଥିଲେ। କିନ୍ତୁ ସେହିଦିନ ବିଳମ୍ବିତ ରାତିରେ ଅକ୍ଷତଙ୍କ ମୃତ୍ୟୁ ଖବର ପାଇଥିଲେ। ମୁମ୍ବାଇ ପୁଲିସ୍‌ ସେମାନଙ୍କୁ ସହଯୋଗ କରୁ ନଥିବା ସେ ଅଭିଯୋଗ କରିଛନ୍ତି।

ସୂଚନା ଥାଉକି,  ଲକ୍ଷ୍ନୌରେ ଏମ୍‌ବିଏ କରିଥିବା ଅକ୍ଷତ ଭୋଜପୁରୀ ଫିଲ୍ମରେ ଭାଗ୍ୟ ପରୀକ୍ଷା କରିବା ପାଇଁ ମୁମ୍ବାଇ ଚାଲିଆସିଥିଲେ। ସେ ଗତ ଦୁଇ ବର୍ଷ ହେବ ମୁମ୍ବାଇରେ ରହି ଆସୁଥିଲେ। ତାଙ୍କ ଗାର୍ଲଫ୍ରେଣ୍ଡଙ୍କ କହିବାନୁସାରେ ସେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଚାକିରି କରିବା ସହିତ ଅଭିନୟ ବି ଜାରି ରଖିଥିଲେ। ଫିଲ୍ମ ‘ଲିଟି ଚୋଖା’ରେ ବି ସେ ଅଭିନୟ କରିଛନ୍ତି।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like