ଆଉ ନାହାନ୍ତି ଆକ୍ସନ ଡାଇରେକ୍ଟର ପରଭେଜ୍‌ ଖାନ୍

ମୁମ୍ବାଇ:ବଲିଉଡ୍‌ ପାଇଁ ଅଶୁଭ କି ୨୦୨୦ ? କାରଣ ଗୋଟିଏ ବର୍ଷରେ ଅନେକ କଳାକାରଙ୍କୁ ହରାଇଲାଣି ବଲିଉଡ୍‌। ଏବେ ବଲିଉଡ୍‌ର ଆକ୍ସନ ଡାଇରେକ୍ଟର ପରଭେଜ୍‌ ଖାନ୍‌ଙ୍କର ପରଲୋକ ହୋଇ ଯାଇଛି। ମାତ୍ର ୫୫ ବର୍ଷ ବୟସରେ ସୋମବାର ପରଭେଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

୧୯୮୬ ମସିହାରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିଲେ। ପରଭେଜଙ୍କ ସହାୟକ ନିଶାନ୍ତ ଖାନାଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ପରଭେଜ୍‌ଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ନିଶାନ୍ତଙ୍କ କହିବା ଅନୁଯାୟୀ ପରଭେଜଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା। ତେବେ ପୂର୍ବ ରାତିରେ ତାଙ୍କର ସାମାନ୍ୟ ଚେଷ୍ଟ ପେନ୍‌ ହେଉଥିଲା।

ଫିଲ୍ମ ମେକର ହସଂଲ ମେହଟ୍ଟା ଟ୍ୱିଟ କରି କହିଛନ୍ତି, ଆକ୍ସନ ଡାଇରେକ୍ଟର ପରଭେଜ ଖାନ୍‌ ଏବେ ଆଉ ଦୁନିଆରେ ନାହାନ୍ତି। ଫିଲ୍ମ ଶାହିଦ୍‌ରେ ଆମେ ଏକାଠି କାମ କରିଥିଲୁ। ସେ ବହୁତ ଟ୍ୟାଲେଣ୍ଟେଡ୍‌, ଶକ୍ତିମାନ ଥିଲେ। ଏହାସିହତ ଜଣେ ଅତି ଭଲ ମଣିଷ ଥିଲେ।  ତୁମର ଆତ୍ମାକୁ ଶାନ୍ତି ମିଳୁ।’

ପରଭେଜ୍‌ ୨୦୦୪ରେ ରାମଗୋପାଲ ବର୍ମାଙ୍କ ଫିଲ୍ମ ଅନେକ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ମେକର ଶ୍ରୀରାମ ରାଘବନଙ୍କ ସହ ଜାନି ଗଦ୍ଦାର, ବଦଲାପୁର, ଅନ୍ଧାଧୂନ୍‌ ପରି ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେହିପରି ସୈଫ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ଏଜେଣ୍ଟ ବିନୋଦରେ ମଧ୍ୟ କାମ କରିଛନ୍ତି।

 

ଆହୁରି ପଢ଼ନ୍ତୁ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

You might also like