ଚଳିତ ଥର ତାଣ୍ଡବ ରଚିବ ବାତ୍ୟା, ମାତ୍ର ଏତିକି ଦିନ ମଧ୍ୟରେ ମାଡ଼ି ଆସିବ ୧୦ ରୁ ଅଧିକ ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼

ଚିନ୍ତା ବଢାଇବ ବାତ୍ୟା

ନୂଆଦିଲ୍ଲୀ: ୨୦୨୧ ମସିହାରେ ବି କରୋନା ପିଛା ଛାଡ଼ିଲା ନାହିଁ। ଲଗାତାର ଭାବରେ ଦେଶରେ ଓ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ ଚଳିତଥର ପ୍ରାକୃତିକ ବିପର୍ଯ୍ୟୟ ବି ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିବ ବୋଲି ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି। ଆକ୍ୟୁ ୱେଦର ରିପୋର୍ଟ ଯେଉଁ ତଥ୍ୟ ଦେଇଛି ତାହା ଚମକାଇ ଦେବା ପରି ରହିଛି। ରିପୋର୍ଟ ଅନୁସାରେ, ଆଗକୁ ମାଡ଼ି ଆସୁଛିଚଳିତ ଘନ ବାତ୍ୟା ଓ ଝଡ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଣ୍ଡବ ରଚିବ ପ୍ରକୃତି। ଏନେଇ ପୂର୍ବାନୁମାନ କରିଛି ଆକ୍ୟୁ ଓ୍ୱେଦର । ବେସରକାରୀ ପାଣିପାଗ ସୂଚନା କେନ୍ଦ୍ର ଆକ୍ୟୁ ଓ୍ୱେଦରର ଏହି ଅନୁମାନ ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି।

ଆକ୍ୟୁ ଓ୍ୱେଦରର ରିପୋର୍ଟ ଅନୁସାରେ, ଚଳିତ ବର୍ଷ ୭ରୁ ୧୦ଟି ଝଡବାତ୍ୟା ଉପକୂଳ ଆଡ଼କୁ ମାଡ଼ି ଆସିବ । ଏହାମଧ୍ୟରୁ ୩ରୁ ୫ଟି ଅତ୍ୟନ୍ତ ଭୟଙ୍କର ହେବ ଅର୍ଥାତ୍‌ ଭୂ ଭାଗରେ ତାଣ୍ଡବ ରଚିବ। ଅନେକ ସ୍ଥାନରେ ବିପର୍ଯ୍ୟୟ ଘଟଇବ। ବାତ୍ୟା  ଫଳରେ ସ୍ଥାନେ ସ୍ଥାନେ ପବନର ବେଗ ୨୦୦ କିମିରୁ ଅଧିକ ରହିବ। ବଡ ବଡ ବଡ ଉପୁଡିବା ସହ ବ୍ୟାପକ ଧ୍ୱଂସ ଲୀଳା କରିବ ଏହି ବାତ୍ୟା। ବାତ୍ୟା ଫଳରେ ଅନେକ କ୍ଷୟକ୍ଷତି ହେବ, ଅନେଦ ଧନଜୀବନ ବି ନଷ୍ଟ ହେବ।

ଆକ୍ୟୁ ଓ୍ୱେଦରର ବିଶେଷଜ୍ଞ କହିଛନ୍ତି ଯେ, ଆମେରିକାରେ ଏହି ସବୁ ଝଡ ବାତ୍ୟାର ପ୍ରଭାବ ଅଧିକ ରହିବ । ଗତ ବର୍ଷ ଭଳି ମଧ୍ୟ ଏହି ସବୁ ଝଡ ବାତ୍ୟା ଆମେରିକାରେ ତାଣ୍ଡବ ରଚିବ । ଗତବର୍ଷ ପ୍ରାୟ ୩୦ଟି ଝଡ ଆସିଥିଲା । ଯାହା ମଧ୍ୟରୁ ୧୩ଟି ହରିକେନ୍ ଥିଲା । ଏହାମଧ୍ୟରୁ ୧୨ଟି ଆମେରିକାରେ ସିଧାସଳଖ ମାଡ ହୋଇଥିଲା । ଆମେରିକାର ଅନେକ ସହର ଜଳର୍ଣ୍ଣବ ହେବା ସହ ବ୍ୟାପକ କ୍ଷତକ୍ଷତି ମଧ୍ୟ ହୋଇଥିଲା ।

କିନ୍ତୁ ଚଳିତ ଥର ଆମେରିକା  ଉପକୂଳ ପ୍ରତି ବିପଦ ଅଧିକ ରହିଛି । କାରଣ ବର୍ମୁଡା ଟ୍ରାଙ୍ଗେଲ ଅଞ୍ଚଳରେ ଅଧିକ ଗୁରୁଚାପ ବଳୟ ରହିଛି । ଯାହା ଗତବର୍ଷ ଗଲ୍ଫ୍ ଓ ମେକ୍ସିକୋରେ ରହିଥିଲା । ଚଳିତ ବର୍ଷ ଗୁରୁଚାପ ବଳୟ ବର୍ମୁଡା ଟ୍ରାଙ୍ଗେଲ ଅଞ୍ଚଳରୁ ଉତ୍ତରପୂର୍ବ ଆଡକୁ ମୁହାଁଇପାରେ । ଫଳରେ ଏହା ଆମେରିକାର ଉପକୂଳରେ ମାଡ ହେବ ।

ଏଠାରେ ଆମେ କହୁରଖୁଛୁ ଯେ,  ବାତ୍ୟା ଋତୁ ଜୁନ ୧ରୁ ଆରମ୍ଭ ହୋଇଥାଏ । ତେବେ ଏହି ତାରିଖ ମେକୁ ପରିବର୍ତ୍ତନ ନେଇ ଆଲୋଚନା ହେଉଛି । ତେବେ ଭାରତ ଓ ଓଡ଼ିଶାରେ ଏହାର କେତେ ପ୍ରଭାବ ପକାଇବା ସେନେଇ କୌଣସି ତଥ୍ୟ ଦିଆଯାଇନାହିଁ କିନ୍ତୁ ଚଳିତଥର ଭୟଙ୍କର ସ୍ଥିତି ଉପୁଜିବ ବୋଲି ସମ୍ପୃକ୍ତ ପାଣିପାଗ ବିଭାଗ ସୂଚନା ଦେଇଛି।

You might also like