ଏଣିକି ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମିଳିବ କରୋନା ଟିକା
କେନ୍ଦ୍ରର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୪୫ ବର୍ଷର ଲୋକଙ୍କୁ ବି ଦିଆଯିବ କରୋନା ଟିକା। ଟିକାକରଣ ନିୟମରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର। ଏଣିକି ୪୫ ବର୍ଷ ହେଲେ ମିଳିପାରିବ କରୋନା ଟିକା। ଏପ୍ରିଲ ପହିଲାରୁ ୪୫ ବର୍ଷିୟ ଲୋକଙ୍କୁ ବି କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ଆଜି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକଙ୍କୁ ମିଳୁଥିଲା ଟିକା। ତେବେ କରୋନା ବଢୁଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହାସହ ଯେଉଁମାନଙ୍କ ବୟସ୍କ ୪୫ ବର୍ଷରୁ ଅଧିକ ସେମାନେ ନିଜର ନାମକୁ ପଞ୍ଜିକରଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର କହିଛି।
As per the advice by scientists & world scientist bodies, 2nd dose can be administered b/w 4th & 8th week, particularly for COVISHIELD. We appeal that all above 45 should take vaccine as early as possible that will provide them shield against Corona: Union Minister P Javadekar pic.twitter.com/K08tysFgFz
— ANI (@ANI) March 23, 2021
ଗୋଟିଏ ପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଲଗାତାର ଭାବରେ କରୋନା ଗ୍ରାଫ୍ ଉପରମୁହାଁ ରହୁଛି, ଶାହାକୁ ନେଇ ସରକାରଙ୍କ ଚିନ୍ତା ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ରେ ପହଞ୍ଚିଲାଣି। ଆଉ ୨୪ ଘଣ୍ଟାରେ ଦେଶରେ ୧୯୯ ଜଣଙ୍କର କରୋନା ପ୍ରାଣ ନେଇଥିବା ସୂଚନା ମିଳିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାଣ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେପଟେ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିଛି। ଆଜି ରାଜ୍ୟରେ ପୁଣି ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ତୁଳନାରେ ଆଜି ଚିହ୍ନଟଙ୍କ ସଂଖ୍ୟା ସାମାନ୍ୟ କମ ରହିଛି। ଗତକାଲି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟର ଚିହ୍ନଟ ହୋଇଛନ୍ତି ୧୧୩ ଜଣ ନୂଆ ଆକ୍ରନ୍ତ। ଏମାନଙ୍କ ମଧ୍ୟରୁ ୬୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
#୪୫_ବର୍ଷରୁ_ଅଧିକ_ବ୍ୟକ୍ତିଙ୍କୁ_କୋଭିଡ_ଟିକା
ଏଣିକି ୪୫ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ନେଇ ପାରିବେ କରୋନା ଭ୍ୟାକସିନ୍ #Coronavirus #Covid19 #CoronaUpdate #IndiaFightsCorona #PrakashJavadekar #OdishaFightsCorona #Odisha #VaccinationInIndia pic.twitter.com/OVurOVoXP9— ଓଟିଭି (@otvkhabar) March 23, 2021