ଦେଶରେ କରୋନା ସ୍ଥିତି: ଚିନ୍ତା ବଢ଼ାଉଛି ୨ ରାଜ୍ୟ, ଦିନକରେ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦୈନିକ ହାର କିଛି ମାତ୍ରାରେ କମିଛି ସତ ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ଗତକାଲି ୩ ଲକ୍ଷ ୪୮ ହଜାର ୫୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪,୨୦୦ ଜଣଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଦିଲ୍ଲୀରେ ପୂର୍ବ ତୁଳନାରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି। ଦିଲ୍ଲୀରେ ପଜିଟିଭି ରେଟ୍ ୧୭.୦୩%ରେ ପହଞ୍ଚିଛି। ପଜିଟିଭି ରେଟ୍ ପୂର୍ବ ତୁଳନାରେ ୨୦% ହ୍ରାସ ପାଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩,୨୮୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦିଲ୍ଲୀରେ ୧୪ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୧୨ ଲକ୍ଷ ୫୮୯ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟରୁ ଜଣାପଡ଼ି

ଦିଲ୍ଲୀ ସମେତ ସାରା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ତେବେ ଏବେବି ସାରା ଦେଶରେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହେଉଛନ୍ତି। ଗତକାଲି ଦେଶରେ ୩ ଲକ୍ଷ ୪୮ ହଜାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ରାଜ୍ୟ ମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଓ କେରଳରେ ସ୍ଥିତି ସଙ୍ଗୀନ ରହିଛି। ଏହି ଦୁଇ ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୪୦ ହଜାର ପାର୍‌ କରିଛି। ତା ତଳକୁ କର୍ଣ୍ଣାଟକ, ତାମିଲନାଡୁ ରହିଛି। ଏହି ୪ ରାଜ୍ୟରୁ ଦେଶରେ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଛନ୍ତି।

ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଦୈନିକ ୨୦ ହଜାରରୁ ଅଧିକ ପଜିଟିଭ ବାହାରୁଛନ୍ତି। ୟୁପିରେ ୧୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ୧୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୩ ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୧୦ ହଜାର ଉପରେ ରହିଛି। ୫ ରାଜ୍ୟରେ ଦୈନିକ ୫ ହଜାରରୁ ୧୦ ହଜାର ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅନ୍ୟ ୬ ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୧ ହଜାରରୁ ୫ ହଜାର ମଧ୍ୟରେ ରହିଛି। ସ୍ଥିତିରେ ସୁଧାର ଆଣିବାକୁ ପ୍ରାୟ ସମସ୍ତ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ହୋଇଛି।

କରୋନା ଭୂତାଣୁର B.1.617 ଭାରିଆଣ୍ଟ୍‌କୁ ଭାରତୀୟ ଭାରିଆଣ୍ଟ୍ ବା ଇଣ୍ଡିଆନ୍ ଭାରିଆଣ୍ଟ୍ ବୋଲି ନିଜ ୩୨ ପୃଷ୍ଠା ସମ୍ବଳିତ ରିପୋର୍ଟର କୌଣସି ସ୍ଥାନରେ ବି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଦର୍ଶାଇ ନାହିଁ। ତେଣୁ B.1.617 ଭାରିଆଣ୍ଟ୍‌କୁ ଇଣ୍ଡିଆନ୍ ଭାରିଆଣ୍ଟ୍ ବୋଲି ଦର୍ଶାଇଥିବା ମିଡିଆ ରିପୋର୍ଟ ଗୁଡ଼ିକ ଅମୂଳକ ଓ ଭିତ୍ତିହୀନ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଶାଖା ପକ୍ଷରୁ ମଧ୍ୟ ଟ୍ୱିଟ୍‌ କରାଯାଇଛି ଯେ, WHO କୌଣସି ଭୂତାଣୁ ବା ଭାରିଆଣ୍ଟ୍‌କୁ ପ୍ରଥମେ ଠାବ ହୋଇଥିବା ଦେଶର ନାଁ ଅନୁସାରେ ଚିହ୍ନଟ କରେ ନାହିଁ। ଏହାକୁ ତାହାର ସାଇଣ୍ଟିଫିକ୍ ନାଁ ଅନୁସାରେ ଦର୍ଶାଯାଏ। ଅନ୍ୟମାନଙ୍କୁ ମଧ୍ୟ ଏହି ନୀତି ଅନୁସରଣ କରିବାକୁ ଟ୍ୱିଟ୍‌ରେ ଅନୁରୋଧ କରାଯାଇଛି।

You might also like