ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତି ବାଇଡେନ କେତେ ଦରମା ପାଇବେ ଜାଣନ୍ତି ?

ୱାଶିଂଟନ: ସରି ଯାଇଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଜୋ ବାଇଡେନ ରାଷ୍ଟପତି ଭାବେ ବହୁମତ ପାଇ ନିର୍ବାଚିତ ହୋଇଛନ୍ତି। ୧୯୯୨ ପରେ ପ୍ରଥମ ଥର ପାଇଁ  ରିପବ୍ଲିକ ପାର୍ଟିର ଗଡ଼ରେ ଡେମୋକ୍ରାଟିକ ପାର୍ଥୀଙ୍କୁ ଏତେ ସମର୍ଥନ ମିଳିଛି।

ଆମେରିକା ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶ। ଆମେରିକା ରାଷ୍ଟ୍ରପତି ଏମିତି ଏକ ପଦ ଯାହା ଅନ୍ୟ ସବୁଦେଶର ସର୍ବୋଚ୍ଚ ପଦଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେରିକା ରାଷ୍ଟ୍ରପତିଙ୍କ ପାଖରେ ରହିଥାଏ ଅସୀମିତ କ୍ଷମତା। ତାଙ୍କୁ ମିଳିଥାଏ ଲୋଭନୀୟ ବେତନ। ଆମେରିକା ରାଷ୍ଟ୍ରପତିଙ୍କ ବେତନ କେତେ ଜାଣିଲେ, ଆପଣ ବି ଆଶ୍ଚଯ୍ୟ ହୋଇଯିବେ। ତାଙ୍କୁ ଯେତିକି ବେତନ ମିଳେ, ଦୁନିଆର କୌଣସି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କୁ ଏତେ ମୋଟା ଅଙ୍କର ଦରମା ମିଳେନି ।

ଆମେରିକା ରାଷ୍ଟ୍ରପତିଙ୍କୁ ବାର୍ଷିକ ୪୦୦, ୩୦୦ ଡଲାର ବେତନ ମିଳିଥାଏ। ଅର୍ଥାତ୍‌ ଭାରତୀୟ ମୁଦ୍ରା ଅନୁସାରେ ଆମେରିକା ରାଷ୍ଟ୍ରପତି ବାର୍ଷିକ ଦରମା ପାଆନ୍ତି ୨.୯ କୋଟି ଟଙ୍କା। ତେବେ ଏହା କେବଳ ବେତନ। ଏହାବ୍ୟତୀତ ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଥାଏ ବିଭିନ୍ନ ପ୍ରକାର ଲକ୍‌ଜୁରୀ ଭତ୍ତା ତଥା ସୁବିଧା। ଅବସର ନେବା ପରେ ମଧ୍ୟ ଆମେରିକା ରାଷ୍ଟ୍ରପତିଙ୍କୁ ପେନ୍‌ସନ ମିଳିଥାଏ। ତେବେ ରାଷ୍ଟ୍ରପତିଙ୍କୁ ମିଳିଥିବା ସବୁଠାରୁ ମୂଲ୍ୟବାନ  ଓ ସମ୍ମାନଜନକ ଜିନିଷ ହେଉଛି ୱାଇଟ ହାଉସ୍‌।

ଆମେରିକା ରାଷ୍ଟ୍ରପତିଙ୍କୁ ଏକ ବିରାଟ ହ୍ୱାଇଟ ମିଳିଥାଏ। ଏହି ସ୍ଥାନ ସବୁଠାରୁ ସୁରକ୍ଷିତ। ଏଠାରେ ଟେନିସ୍‌ କୋର୍ଟ, ସୁଇମିଂ ପୁଲ୍‌, ରହିଛି। ୫୧ ସିଟ୍‌ ବିଶିଷ୍ଟ ଏକ ଥିଏଟର ମିଳିଛି। ଏହା ବ୍ୟତୀତ ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଥାଏ ନିଜସ୍ୱ ପ୍ଲେନ୍‌, ହେଲିକପ୍ଟର ସୁବିଧା ମିଳିଥାଏ। ଦରମା ବ୍ୟତୀତ ବାର୍ଷିକ ୫୦ ହଜାର ଡଲାର ଅର୍ଥାତ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ମିଳିଥାଏ। ଏକ ଲକ୍ଷ ଡଲାର ଅର୍ଥାତ ୮୦ ଲକ୍ଷ ଟଙ୍କା ଯାତ୍ରା ଖର୍ଚ୍ଚ ମଧ୍ୟ ଅଲଗା ରହିଛି। ଦରମା ବାଦ ୧୯୦୦୦ ଡଲାର ଅର୍ଥାତ ୧୪ ଲକ୍ଷ ଟଙ୍କା ଏଣ୍ଟରଟେନମେଣ୍ଟ ଭତ୍ତା ମଧ୍ୟବର୍ର ଳିଥାଏ।

 

 

ଆହୁରି ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

You might also like