ଲକ୍‌ଡାଉନ୍: ଆମ୍ୱୁଲାନ୍ସ ନ ଆସିବାରୁ ପତ୍ନୀକୁ ସାଇକେଲରେ ବୋହି ମେଡିକାଲ ନେଲେ ସ୍ୱାମୀ

ପଞ୍ଜାବ: କିଲର କରୋନାକୁ ନେଇ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ। ଅଟକି ଯାଇଛି ସାରା ବିଶ୍ୱ। ଏହି ଭାଇରସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଘରେ ରହିବା ପାଇଁ ସାରା ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଘରେ ରୁହ ଆଉ କିଲର କରୋନା ଭାଇରସକୁ ମାତ୍ ଦିଅ। ଏହି ସ୍ଲୋଗାନରେ ଆଜି ସାରା ଦେଶ ଏକ ପ୍ରକାର ଠପ୍ ହୋଇଯାଇଛି। ସବୁଠି ଲାଗିଛି ଲକ୍‌ଡାଉନ୍‌। ଏହି ଲକ୍ ଡାଉନ୍ ପାଇଁ ଜାରି ହୋଇଛି ବିଭିନ୍ନ କଟକଣା। ଅତ୍ୟାବଶ୍ୟକ କାମ ଥିଲା ଘରୁ ବାହାର ନହେଲେ ଘରେ ରୁହ। ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ବ୍ୟବସାୟ ଓ ବାଣିଜ୍ୟ ବି ଠପ୍। ଅର୍ଥନୀତିର ଅବସ୍ଥା ଭଲ ନାହିଁ ।

ଏହି ସମୟରେ କରୋନାକୁ  ନେଇ ଏକ ଦୁଃଖଦ ଘଟଣାଟି ସାମ୍ନାକୁ ଆସିଛି ପଞ୍ଜାବର ଲୁଧିଆନା ସହରରେ। ଜଣେ ବ୍ୟକ୍ତି ନିଜ ଆହତ ପତ୍ନୀଙ୍କୁ  ଚିକିତ୍ସା ପାଇଁ ତାଙ୍କୁ  ସାଇକେଲରେ ବୋହି ୧୨ କିମି ଦୂର ଡାକ୍କୁ ନେଇଛନ୍ତି। ସେ ଯେତେବେଳେ ଆମ୍ୱୁଲାନ୍ସକୁ କହିଥିଲେ ଲକ୍‌ଡାଉନ୍ ଯୋଗୁ ଆମ୍ୱୁଲାନ୍ସର ଡ୍ରାଇଭର ତାଙ୍କୁ ୧୨ କି.ମି ପାଇଁ ୨ହଜାର ଟଙ୍କା ମାଗିଥିଲେ। ହେଲେ ତାଙ୍କ ପାଖରେ ଏତେ ଟଙ୍କା ନଥିବାରୁ ସାଇକେଲର ନେବାକୁ ବାଧ୍ୟ ହୋଇଥିଲେ।

ଏହି ବ୍ୟକ୍ତିଙ୍କ ନାଁ ଦେବଦତ୍ତ ରାମ। ଦେବଦତ୍ତଙ୍କ କହିବା ଅନୁଯାୟୀ,  ତାଙ୍କ ସ୍ତ୍ରୀ ଏକ କାରଖାନାରେ କାମ କରୁଥିବା ସମୟରେ ଆହାତ ହୋଇଥିଲେ। ସେଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ପଡ଼ିଥିଲା। ତା’ପରେ ଦେବଦତ୍ତ ଆମ୍ୱୁଲାନ୍ସର ଡ୍ରାଇଭରକୁ କହିଥିଲେ। କିନ୍ତୁ ଡ୍ରାଇଭର ଜଣଙ୍କ ମାତ୍ର ୧୨ କିମି ଯିବା ପାଇଁ ୨ହଜାର ଟଙ୍କା ମାଗିଥିଲେ। କିନ୍ତୁ ଦେବଦତ୍ତଙ୍କ ପାଖରେ ସେତେ ଟଙ୍କା ନଥିଲା। ଶେଷରେ ଦେବଦତ୍ତ ସାଇକେଲରେ ଆହତ ସ୍ତ୍ରୀକୁ ନେଇ ଭରତ ନଗରରୁ  କଙ୍ଗନୱାଲ ଡାକ୍ତରଖାନାକୁ ଯାଇଥିଲେ।

ଖବର ଅନୁଯାୟୀ, ପଞ୍ଜାବରେ କରୋନାର ସ୍ଥିତି ବଢ଼ୁଥିବାରୁ ସେଠାରେ ମଧ୍ୟ କର୍ଫ୍ୟୁ ଲାଗୁ କରାଯାଇଛି। ଏପର୍ଯ୍ୟନ୍ତ ମୋଟ ୩୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

You might also like