କଂଗ୍ରେସ ଅମଳରେ ଦେଶ ହରାଇଛି ୭୮,୦୦୦ ବର୍ଗ କି.ମି. ଜମି

ନୂଆଦିଲ୍ଲୀ: କଂଗ୍ରେସ ସରକାର ଅମଳରେ ଭାରତ ହରାଇଛି ୭୮ ହଜାର ବର୍ଗ କିଲୋମିଟର ଜମି । ଚୀନ୍ ଏବଂ ପାକିସ୍ତାନକୁ ତତ୍କାଳୀନ ସରକାର ଏହି ଜମି ଦେଇ ଦେଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛି ବିଜେପି । ଭାରତ-ଚୀନ୍ ସୀମା ବିବାଦ ଲାଗି ରହିଥିବା ବେଳେ ବିଜେପି ଏହି ବଡ଼ ଅଭିଯୋଗ ଆଣିଛି ।

ସୀମା ବିବାଦକୁ ନେଇ ଭାରତ-ଚୀନ୍ ମଧ୍ୟରେ ସ୍ଥିତି ଉଦବେଗଜନକ ଥିବା ବେଳେ କଂଗ୍ରେସ ଓ ବିଜେପି ଏହାକୁ ନେଇ ବାକ୍ ଯୁଦ୍ଧ ଜାରି ରଖିଛନ୍ତି।  ଆଜି ସାମ୍ବାଦିକ ସମ୍ମିଳନୀ କରି ସମ୍ବିତ ପାତ୍ର କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

୨୦୧୨ ମସିହାରେ କଂଗ୍ରେସ ଶାସନ ଅମଳରେ ପାକିସ୍ତାନ ଏବଂ ଚୀନ୍ ଭାରତର ଜମି ଦଖଲ କରିଥିବା ନିଜେ ତତ୍କାଳୀନ ସରକାର ମାନିଥିବା ଦାବି କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

ତେବେ ଏ ନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ।

You might also like