ଗର୍ଭପାତ କରାଇବାର ସୀମା ୨୦ରୁ ୨୪ ସପ୍ତାହକୁ ବଢିବ

ନୂଆଦିଲ୍ଲୀ:କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଚିକିତ୍ସା ଗର୍ଭପାତ ସଂଶୋଧନ ବିଧେୟକ-୨୦୨୦କୁ ବୁଧବାର ମଞ୍ଜୁରୀ ଦେଇଛନ୍ତି। ଏହି ନିୟମ ଅନୁସାରେ ଗର୍ଭପାତ କରାଇବାର ସୀମା ୨୦ ସପ୍ତାହରୁ ବୃଦ୍ଧି କରି ୨୪ ସପ୍ତାହ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ ଗର୍ଭପାତ ଅଧିନିୟମ (ମେଡିକାଲ ଟର୍ମିନେଶନ ଅଫ ପ୍ରେଗ୍‌ନାନ୍ସି ଆକ୍ଟ)୧୯୭୧କୁ ସଂଶୋଧନ କରିବାକୁ ପଡ଼ିବ। ସଂସଦର ଆଗାମୀ ଅଧିବେଶନରେ ଏ ନେଇ ବିଧେୟକ ଆଗତ କରାଯିବ।

ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ମିଡିଆକୁ ଏ ସମ୍ପର୍କରେସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦ ସପ୍ତାହରେ ଗର୍ଭପାତ କରାଇବା ଦ୍ୱାରା ମା’ର ଜୀବନ ପ୍ରତି ବିପଦ ରହୁଥିବା ନଜରକୁ ଆସିଛି। ତେଣୁ ଏହାକୁ ୨୪ ସପ୍ତାହକୁ ବୃଦ୍ଧି କରି ଦିଆଯାଇଛି। ୨୪ ସପ୍ତାହରେ ଗର୍ଭପାତ କଲେ ମା’ର ଜୀବନ ପ୍ରତି ବିପଦ ନାହିଁ।

 

 

 

 

You might also like