ଅଭିନନ୍ଦନଙ୍କ ଆସିଲା ସ୍ୱାସ୍ଥ୍ୟ ରିପୋର୍ଟ

ଶରୀରରେ ନାହିଁ କୌଣସି ବାହ୍ୟ ପଦାର୍ଥ

ନୂଆଦିଲ୍ଲୀ : ପାକିସ୍ତାନ କବଳରୁ ମୁକୁଳିବା ପରେ ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ କରାଯାଇଥିବା ସ୍ୱାସ୍ଥ୍ୟ ପରୀକ୍ଷାର ରିପୋର୍ଟ ଆସିଛି। ଅଭିନନ୍ଦନଙ୍କ ଶରୀରରେ କୌଣସି ପ୍ରକାର ବାହ୍ୟ ପଦାର୍ଥ ନାହିଁ ବୋଲି ଏମ୍ଆରଆଇ ରିପୋର୍ଟରୁ ଜଣାଯାଇଛି।

ତେବେ ତାଙ୍କ ମେରୁଦଣ୍ଡର ତଳ ଭାଗରେ ଆଘାତ ଲାଗିଥିବା ଜଣାପଡ଼ିଛି। ମିଗ୍-୨୧ରୁ ଖସି ପଡ଼ିବାରୁ ଏହି ଆଘାତ ଲାଗିଥିବା ଡାକ୍ତର କହିଛନ୍ତି। ତାଙ୍କୁ ପାକିସ୍ତାନରେ ଶାରୀରିକ ନିର୍ଯାତନା ଦିଆଯାଇନଥିବା ନେଇ ଗତକାଲି ଅଭିନନ୍ଦନ କହିଥିଲେ। ଆଜିର ସ୍ୱାସ୍ଥ୍ୟ ରିପୋର୍ଟ ଆସିବା ପରେ ଏହା ପ୍ରମାଣିତ ହୋଇଛି।

You might also like