ଅଭିନନ୍ଦନ କହିଲେ ଦିଆଯାଇଥିଲା ମାନସିକ ନିର୍ଯାତନା

ନୂଆଦିଲ୍ଲୀ : ପାକିସ୍ତାନରେ ଶାରୀରିକ ନୁହେଁ ବରଂ ପ୍ରବଳ ମାନସିକ ନିର୍ଯାତନାର ଶିକାର ହୋଇଥିଲେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଗତକାଲି ପାକିସ୍ତାନରୁ ଫେରିବା ପରେ ଆଜି ଅଭିନନ୍ଦନ ଏ ସମ୍ପର୍କରେ ପ୍ରକାଶ କରିଥିବା ସୂଚନା ମିଳିଛି।

ସେପଟେ ଅଭିନନ୍ଦନଙ୍କୁ ଆଜି ସାକ୍ଷାତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ନୂଆଦିଲ୍ଲୀସ୍ଥିତ ଏୟାର ଫୋର୍ସ ସେଣ୍ଟ୍ରାଲ ମେଡିକାଲରେ ଚିକିତ୍ସାଧୀନ ଥିବା ଅଭିନନ୍ଦନଙ୍କୁ ଭେଟି ତାଙ୍କ ସାହସ ଓ ପ୍ରତିବଦ୍ଧତା ପାଇଁ ସାରା ଦେଶ ଆଜି ଗର୍ବ କରୁଥିବା ସୀତାରମଣ କହିଛନ୍ତି।

ଏପଟେ ଅଭିନନ୍ଦନ ବି ପାକିସ୍ତାନ କବଜାରେ ରହିଥିବାର ପ୍ରାୟ ୬୦ ଘଣ୍ଟାର ଅନୁଭୂତିକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଗରେ ବର୍ଣ୍ଣନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏୟାର ଚିଫ୍ ମାର୍ଶାଲ ବୀରେନ୍ଦ୍ର ସିଂ ଧନୋଆ ମଧ୍ୟ ଅଭିନନ୍ଦନଙ୍କୁ ଭେଟିଥିଲେ। ଅଭିନନ୍ଦନ ଗତକାଲି ରାତି ୯ଟା ୨୦ ମିନଟରେ ଭାରତ ମାଟିରେ ପାଦଦେବା ପରେ ତାଙ୍କୁ ସେଠାରୁ ନୂଆଦିଲ୍ଲୀ ଅଣାଯାଇଥିଲା।

ଆଜି ସକାଳେ ତାଙ୍କୁ ପରିବାର ଲୋକ ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଭେଟିଥିଲେ।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like