ଫେରିଲେ ଅଭିନନ୍ଦନ

ଓ୍ୱାଘା ସୀମାରେ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ : ଭାରତ ମାଟିରେ ପାଦ ଦେଇଛନ୍ତି ବାୟୁସେନାର ବୀର ଯବାନ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦସ୍ତାବିଜ୍ ପ୍ରସ୍ତୁତିରେ ବିଳମ୍ଭ ଯୋଗୁଁ ଅଭିନନ୍ଦନଙ୍କ ଭାରତ ଫେରିବାରେ ଅହେତୁକ ବିଳମ୍ବ ହୋଇଥିଲା।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ଅଭିନନ୍ଦନଙ୍କୁ ଇସଲାମାବାଦରୁ ଲାହୋର ଅଣାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ତାଙ୍କ ସମ୍ପର୍କିତ କେତେକ କାଗଜପତ୍ର ପ୍ରସ୍ତୁତ ହୋଇଥିଲା। ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତ୍ୟର୍ପଣ ପୂର୍ବରୁ ତାଙ୍କ ସର୍ଭିସ ରିଭଲଭରକୁ ଭାରତକୁ ଫେରାଇଛି ପାକିସ୍ତାନ।

ଏପଟେ ଅଭିନନ୍ଦନଙ୍କୁ ସ୍ୱାଗତ କରିବାକୁ ଓ୍ୱାଘା ସୀମାନ୍ତରେ ହଜାର ହଜାର ଭାରତୀୟ ଓ ସେନା ଅଧିକାରୀ ଅପେକ୍ଷା କରି ରହିଛନ୍ତି। ଗତ ବୁଧବାର ପାକିସ୍ତାନ ବାୟୁସେନା ସୀମା ଅତିକ୍ରମ କରି ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଆକ୍ରମଣ କରିବାକୁ ଉଦ୍ୟମ ବେଳେ ସେମାନଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ।

ଅଭିନନ୍ଦନ ପାକିସ୍ତାନର ଶକ୍ତିଶାଳୀ ଫାଇଟର ଜେଟ୍-F16କୁ ଗୁଳି କରି ଖସାଇ ଦେଇଥିଲେ। ତେବେ ଏହି ଅପରେସନ ବେଳେ ଅଭିନନ୍ଦନ ଚଳାଉଥିବା ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହା ପାକ୍ ଅଧିକୃତ କାଶ୍ମୀରରେ ଖସି ପଡିଥିଲା। ପାରାଚୁଟରେ ଓହ୍ଲାଇ ନିଜ ଜୀବନ ବଞ୍ଚାଇ ଦେଇଥିଲେ ବି ପରେ ପାକିସ୍ତାନ ସେନା ତାଙ୍କୁ ଗିରଫ କରି ନିଜ ହେପାଜତଙ୍କୁ ନେଇଥିଲା। ପରେ ଅଭିନନ୍ଦନଙ୍କୁ ତୁରନ୍ତ ଏବଂ ସୁରକ୍ଷିତ ମୁକ୍ତି ଦାବିକୁ ଜୋର କରିଥିଲା ଭାରତ।

ଏପରିକି ଏ ନେଇ ବିଶ୍ୱବ୍ୟାପୀ ପାକିସ୍ତାନ ଉପରେ ଚାପ ପଡ଼ିବାରୁ ଅଭିନନ୍ଦନଙ୍କୁ ବିନା ସର୍ତ୍ତରେ ଛାଡ଼ିବାକୁ ଗତକାଲି ପାକିସ୍ତାନ ସଂସଦରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ।

ଆହୁରି ପଢ଼ନ୍ତୁ

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

You might also like