ଅଭିନନ୍ଦନଙ୍କ ସହିତ ଯୁଦ୍ଧ ବିମାନ ଉଡ଼ାଇଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍ ଅଭିନନ୍ଦନ ବର୍ତମାନ ଆଜି ପୁଣିଥରେ କକ୍‌ପେଟ୍‌କୁ ଫେରିଛନ୍ତି। ଆଜି ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଏକାଠି ମିଗ୍‌-୨୧ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଆଜି ପଞ୍ଜାବର ପଠାନକୋଟ୍‌ ଏୟାରବେସ୍‌ରୁ ହିଁ ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ଉଡ଼ାଣ ଭରିଥିଲେ।

ଚଳିତ ବର୍ଷ ଫେବୃଆରୀ ୨୬ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ତା’ ପରଦିନ ଭାରତୀୟ ସେନା ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏହି ସମୟରେ ଅଭିନନ୍ଦନ ହିଁ ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬ର ମୁକାବିଲା କରିଥିଲେ। ଅଭିନନ୍ଦନ ମିଗ୍‌-୨୧ ବିମାନରୁ ମାଡ଼ କରିଥିବା ଗୁଳିଟି ପାକ୍‌ ଏଫ୍‌-୧୬ରେ ମାଡ଼ ହୋଇଥିଲା। ଏହାପରେ ପାକିସ୍ତାନ ସେନାର ପାଲଟା ଆକ୍ରମଣରେ ଅଭିନନ୍ଦନଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ଅଭିନନ୍ଦନ ପିଓକେରେ ହିଁ ପାରାଚ୍ୟୁଟ୍‌ ଦ୍ୱାରା ଲ୍ୟାଣ୍ଡ କରିଥିଲେ। ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲେ ହେଁ ୫୬ ଘଣ୍ଟା ମଧ୍ୟରେ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ସେବେଠାରୁ ତାଙ୍କର ମେଡିକାଲ ଚେକ୍‌ଅପ୍‌ ଚାଲିଥିଲା।

ଗତମାସରେ ସେ ବିମାନ ଉଡ଼ାଇବାକୁ ଫିଟ୍‌ ଘୋଷିତ ହୋଇଥିଲେ। ଆଜି ବାୟୁସେନା ମୁଖ୍ୟଙ୍କ ସହ ସେ ଯୁଦ୍ଧ ବିମାନ ଉଡ଼ାଇଛନ୍ତି।

ବାୟୁସେନା ମୁଖ୍ୟ ଧନୱା ୧୯୯୯ କାର୍ଗିଲ ଯୁଦ୍ଧ ବେଳେ ମିଗ୍‌-୨୧ ବିମାନର ପାଇଲଟ ଭାବେ କାର୍ଯ୍ୟ କରୁଥିଲେ। ସେପ୍ଟେମ୍ବର ୩୦ରେ ଧନୱାଙ୍କ କାର୍ଯ୍ୟକାଳ ଶେଷ ହେବ। ସମ୍ଭବତଃ ଆଜି ସେ ଶେଷଥର ପାଇଁ ଯୁଦ୍ଧ ବିମାନ ଉଡ଼ାଇଛନ୍ତି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like