ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ନୂଆଦିଲ୍ଲୀ: ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବିନା ସର୍ତ୍ତରେ ଏତେ ଶୀଘ୍ର କାହିଁକି ଛାଡ଼ିଦେଲା ପାକିସ୍ତାନ ?  ଏହାର କାରଣ ସଂପର୍କରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାକିସ୍ତାନର ଜଣେ ସାଂସଦ ।  ସେହି ସମୟର ପରିସ୍ଥିତି ସଂପର୍କରେ ବର୍ଣ୍ଣନା କରି PML-N ର ସାଂସଦ ଆୟାଜ୍ ସାଦିକ କହିଛନ୍ତି, ସେତେବେଳର ପରିସ୍ଥିତିକୁ ନେଇ ପାକିସ୍ତାନର ଉଚ୍ଚ ଅଧିକାରୀଙ୍କ ଏକ ବୈଠକ ହୋଇଥିଲା ।ସେହି ବୈଠକରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଥିଲେ, ଅଭିନନ୍ଦନଙ୍କୁ ନ ଛାଡ଼ିଲେ ଭାରତ ଆକ୍ରମଣ କରିପାରେ ।

ରାତି ୯ଟା ସୁଦ୍ଧା ଆକ୍ରମଣ ହେବାର ଆଶଙ୍କା ଥିବା କହିଥିଲେ କ୍ୟୁରେସି। ଏହା ଶୁଣି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ ବାଜ୍ଓ୍ୱା ଏତେ ଡରି ଯାଇଥିଲେ ଯେ, ତାଙ୍କର ଗୋଡ଼ ଥରୁଥିଲା ଏବଂ ମୁଣ୍ଡରୁ ଝାଳ ବାହାରିଥିଲା ବୋଲି କହିଛନ୍ତି ସାଦିକ। ଏପରିକି ‘ଖୁଦାଙ୍କ ନାଁରେ ଅଭିନନ୍ଦନଙ୍କୁ ତୁରନ୍ତ ଛାଡ଼ି ଦିଅ’ ବୋଲି ସେ କହିଥିଲେ।  ତା ପରେ ଅଭିନନ୍ଦନଙ୍କୁ ଛାଡ଼ି ଦିଆଯାଇଥିବା କହିଛନ୍ତି ସାଦିକ । ଭାରତକୁ ଖୁସି କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିଲା ବୋଲି ସେ କହିଛନ୍ତି।  ପାକିସ୍ତାନର ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ୨୦୧୯ ଫେବ୍ରୁଆରୀ ୧୪ରେ ।

ପାକିସ୍ତାନୀ ଆତଙ୍କବାଦୀଙ୍କ ପୁଲଓ୍ୱାମା ଆକ୍ରମଣରେ ସିଆରପିଏଫ୍ ଯବାନ ସହିଦ ହେବା ପରେ ବାଲାକୋଟ ଅପରେସନ କରିଥିଲା ଭାରତୀୟ ବାୟୁସେନା । ପାକିସ୍ତାନ କିଛି ବୁଝିବା ପୂର୍ବରୁ ହିଁ ଜୈସ୍ ଏ ମହମ୍ମଦର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା ଭାରତ । ଏହା ପରେ ପାକିସ୍ତାନ ମଧ୍ୟ କାଉଣ୍ଟର ଆଟାକ ଉଦ୍ୟମ କରି ଭାରତୀୟ ବାୟୁସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ହେଲେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏହାକୁ ପଣ୍ଡ କରିଥିଲେ ।

ସେ ପାକିସ୍ତାନର ଏକ F-16 ବିମାନକୁ ଖସାଇ ଦେଇଥିଲେ । କିନ୍ତୁ ତାଙ୍କ ବିମାନ ମଧ୍ୟ ଧ୍ୱଂସ ପାଇ ଯାଇଥିଲା।  ପାରାଚ୍ୟୁଟ୍‌ରେ ଖସି ପାକିସ୍ତାନ ସୀମାରେ ଓହ୍ଲାଇଥିଲେ ଅଭିନନ୍ଦନ । ତାଙ୍କୁ ବନ୍ଦୀ କରି ନେଇଥିଲେ ପାକ୍‌ ସେନା। ଏହାପରେ ଭାରତ ଚେତାବନୀ ଦେଇଥିଲା, ତୁରନ୍ତ ଅଭିନନ୍ଦନଙ୍କୁ ନ ଛାଡ଼ିଲେ ପରିସ୍ଥିତି ଭୟାବହ ହେବ। ସେହି ସମୟର ଘଟଣା ବର୍ଣ୍ଣନା କରି ପାକିସ୍ତାନୀ ସାଂସଦ ସାଦିଦ କହିଛନ୍ତି, ସେତେବେଳେ ପାକିସ୍ତାନ ଏତେ ଭୟଭୀତ ହୋଇଥିଲା ଯେ, ଆର୍ମି ଚିଫ୍ ନିଜେ ଆତଙ୍କିତ ହୋଇ ପଡ଼ିଥିଲେ।  ଏପରିକି ବୈଠକରେ ତାଙ୍କ ଗୋଡ଼ ମଧ୍ୟ ଥରୁଥିଲା।

ଅନ୍ୟପକ୍ଷେ ଏହି ରହସ୍ୟର ଖୁଲାସା ହେବା ପରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଟ୍ୱିଟ କରି ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ‘ରାହୁଲ୍ ଜୀ, ଆପଣ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ପ୍ରଶ୍ନ ଉଠାଉଥିଲେ। ଏବେ ଦେଖନ୍ତୁ, ମୋଦିଜୀଙ୍କୁ କିପରି ପାକିସ୍ତାନ ଡରୁଛି । ପାକିସ୍ତାନ ନାଶନାଲ ଆସେମ୍ଲିରେ ସର୍ଦ୍ଦାର ଆୟାଜ ସଦିକ ନିଜେ କହିଛନ୍ତି, କାଳେ ଭାରତ ଆଟାକ୍‌ କରିଦେବ, ତାହା ଭାବି କିପରି ପାକ୍‌ ଆର୍ମି ଚିଫଙ୍କର ଗୋଡ ଥରୁଥିଲା ଏବଂ ସେ ଝାଳନାଳ ହୋଇ ଯାଇଥିଲେ।’

 

 

ଆହୁରି ପଢ଼ନ୍ତୁ

ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

ଟିକେଟ୍‌ ବଣ୍ଟନକୁ ନେଇ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ରାଜନୈତିକ ଦଳ ଗଠନ କରିପାରନ୍ତି ରଜନୀକାନ୍ତ

ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ନ କରିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଲେ ଶାହ

କିମ୍‌ଙ୍କୁ ନେଇ ସାଂଘାତିକ ପ୍ରତିକ୍ରିୟା ରଖିଲେ ସାଂସଦ

ବର୍ଷକରେ ମଲେ ୨୬ ବାଘ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

You might also like