ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ମାଙ୍ଗାଲୋର: ବ୍ୟାନ୍‌ ହୋଇଥିବା ଡ୍ରଗ୍ସକୁ ବିକ୍ରି କରିବା ପାଇଁ ପ୍ରୟାସ କରିବା ଅଭିଯୋଗରେ ଅଭିନେତା କିଶୋର ଅମନ୍‌ ଶେଟ୍ଟୀଙ୍କୁ ପୋଲିସ୍‌ ଗିରଫ କରିଛି। ସେ ଜଣେ କୋରିଓଗ୍ରାଫର ଓ ଡ୍ୟାନ୍ସର ମଧ୍ୟ। କିଶୋରଙ୍କ ଜଣେ ସହଯୋଗୀ ଆକ୍ୱେଲ୍‌ ନୌଶିଲ୍‌ଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି। ବ୍ୟାନ୍‌ ହୋଇଥିବା ଡ୍ରଗ୍‌ MDMAକୁ କର୍ଣ୍ଣାଟକର ମାଙ୍ଗାଲୋରରେ ବିକ୍ରି କରିବା ଅଭିଯୋଗରେ ପୋଲିସ୍‌ ଏହି ୨ ଜଣଙ୍କୁ ଗତକାଲି ଗିରଫ କରିଛି।

ସୂଚନା ଅନୁସାରେ, କିଶୋର ଓ ଆକ୍ୱେଲ୍‌ ବ୍ୟାନ୍‌ ହୋଇଥିବା ଡ୍ରଗ୍ MDMA‌କୁ ନିଜ ପାଖରେ ରଖିଥିଲେ। ଏମାନେ ମୋଟରସାଇକେଲ୍‌ରେ ଯାଉଥିବା ସମୟରେ ପୋଲିସ୍‌ ସେମାନଙ୍କୁ ଧରିଥିଲା। ଏମାନେ ମୁମ୍ବାଇରୁ ଏହି ଡ୍ରଗ୍‌କୁ ମଗାଇ ମାଙ୍ଗାଲୋରରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ ବୋଲି ସୂଚନା ମିଳିଛି।

ପୋଲିସ୍‌ ସେମାନଙ୍କ ନିକଟରୁ ଏକ ମୋଟରସାଇକେଲ୍‌, ୨ଟି ମୋବାଇଲ୍‌ ଫୋନ୍‌, ଲକ୍ଷେରୁ ଅଧିକ ଟଙ୍କାର ବ୍ୟାନ୍‌ ହୋଇଥିବା ଡ୍ରଗ୍ MDMA‌ ଇତ୍ୟାଦି ଜବତ କରିଛି। ଏହାସହ Narcotic Drugs and Pyschotropic Substances (NDPS) ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି।

କିଶୋର ଡ୍ରାନ୍ସ ରିଅଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଭାଗ ନେଇଥିଲେ। ଏହାସହ ତାଙ୍କୁ ବଲିଉଡ୍‌ ଫିଲ୍ମ ‘ ABCD: Any Body Can Dance’ରେ ମଧ୍ୟ ଦେଖିବାକୁ ମିଳିଥିଲା।

You might also like