୨୦୨୦ର ଶବ୍ଦ ଭାବେ ଅକ୍ସଫୋର୍ଡ଼ ଡିକ୍ସିନାରୀରେ ସାମିଲ ହେଲା ’ଆତ୍ମନିର୍ଭର ଭାରତ’

ମହାମାରୀ ସମୟରେ ଜନତାଙ୍କୁ ଶସକ୍ତ କରିବାକୁ ସ୍ଲୋଗାନ୍ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ର ସ୍ୱପ୍ନ ଏବଂ ଚିନ୍ତାଧାରା ଉପରେ ମୋହର ଲଗାଇଲା ଅକ୍ସଫୋର୍ଡ ଭାଷା ବିଶ୍ୱବିଦ୍ୟାଳୟ। ‘ଆତ୍ମନିର୍ଭରଶୀଳ’ ଶବ୍ଦକୁ ୨୦୨୦ର ହିନ୍ଦୀ ଶବ୍ଦ ରୂପେ ଚୟନ କରିଛି ଅକ୍ସଫୋର୍ଡ ଲାଙ୍ଗୁଏଜ୍। ଭାଷା ବିଶେଷଜ୍ଞ କ୍ରିତିକା ଅଗ୍ରୱାଲ, ପୁନମ୍ ନିଗମ ସାହାୟ ଏବଂ ଇମୋଗାନ ପ୍ଲକ୍ସେସର ଏକ ପରାମର୍ଶଦାତା ପ୍ୟାନେଲ ଦ୍ୱାରା ଏହି ଶବ୍ଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଗତ ବର୍ଷରେ ଲୋକଙ୍କ ମନୋବଳ ତଥା ମାନସିକ ସ୍ଥିତିକୁ ପ୍ରତିଫଳିତ କରିବା ସହ ଲମ୍ବା ସମୟ ଧରି ସାଂସ୍କୃତିକ ଗୁରୁତ୍ୱ ବହନ କରିବାରେ କ୍ଷମତା ରଖୁଛି ଏହି ଶବ୍ଦ। ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ଆତ୍ମନିର୍ଭର ଭାରତର ପ୍ରଜ୍ଞାପନ ମେଢ଼ ମଧ୍ୟ ସାମିଲ ହୋଇଥିଲା।

କରୋନା ମହମାରୀ ସମୟରେ ମୋଦି ସରକାର ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଥିଲେ। ଦେଶକୁ ଶକ୍ତିଶାଳୀ,ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ‘ଆତ୍ମନିର୍ଭରଶୀଳ ଭାରତ ଅଭିଯାନ’ ନାମରେ ନାମିତ କରାଯାଇଥିଲା। କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏହାର ଚର୍ଚ୍ଚା ହୋଇଥିଲା। ଅଦୃଶ୍ୟ ଭୂତାଣୁ ଭୟ ଭିତରେ ଲୋକମାନେ ଆତ୍ମନିର୍ଭରଶୀଳ ଶବ୍ଦର ବହୁଳ ବ୍ୟବହାର କରିଥିବା ଦେଖାଯାଇଥିଲା। ଅଳ୍ପ ଦିନରେ ବହୁତ ଲୋକପ୍ରିୟ ହୋଇଥିଲା ଏହି ଶବ୍ଦ। ଆଉ ଏହାକୁ ଦୃଷ୍ଟିରେ ରଖି ଅକ୍ସଫୋର୍ଡ ଡିକ୍ସିନାରୀ ‘ଆତ୍ମନିର୍ଭରଶୀଳ ଭାରତ’ ଶଦ୍ଦକୁ ହିନ୍ଦୀ ୱାର୍ଡ ଅଫ୍ ଦି ଇୟର ୨୦୨୦ ଆଖ୍ୟା ଦେଇଛି।

ତେବେ ଆତ୍ମନିର୍ଭରଶୀଳ ଶବ୍ଦର ଆକ୍ଷରିକ ଅର୍ଥ ହେଲା ନିଜେ ନିଜର ସାହାରା ହେବା। ଜଣେ ବ୍ୟକ୍ତି ଯେତେବେଳେ  ନିଜର ଦକ୍ଷତା ଏବଂ ଶକ୍ତି ଉପରେ ଭରସା କରି ନିଜ ଉପରେ ନିର୍ଭରଶୀଳ ରହେ ତାଙ୍କୁ ଆତ୍ମନିର୍ଭରଶୀଳ କୁହାଯାଏ।ମୋଦିଙ୍କ ଏହି ସ୍ଲୋଗାନ୍ ସଙ୍କଟ ବେଳେ ଲୋକଙ୍କ ମନୋବଳ ବଢ଼ାଇଥିଲା। କରୋନା କାଳରେ ଏହି ଅଭିଯାନ ଆରମ୍ଭ କରି ଦେଶକୁ ଯୋଗ୍ୟ ପ୍ରମାଣିତ କରିଥିଲେ ପ୍ରଧାନମନ୍ତ୍ରୀ। ଅନ୍ୟ ଦେଶ ଉପରେ ଯେପରି ନିର୍ଭର ନକରିବାକୁ ପଡ଼େ ସେନେଇ ଲୋକଙ୍କୁ ସଶକ୍ତ କରିଥିଲେ। ଆଉ ଏପରି ସମୟରେ ଭାରତ ନିଜ ଦମରେ ମହାମାରୀ ସହ ମୁକାବିଲା କରିବାରେ ସକ୍ଷମ ହୋଇପାରିଥିଲା। ଆତ୍ମନିର୍ଭର ଭାରତ ଅଭିଯାନର ଏହା ଥିଲା ମୂଳ ଉଦ୍ଦେଶ୍ୟ।

You might also like