ତଲୱାର ଦମ୍ପତିଙ୍କ ବିରୋଧରେ ପୁଣି ଖୋଲିବ ଫାଇଲ

ନୂଆଦିଲ୍ଲୀ : ପୁଣି ଥରେ ଖୋଲିବ ଅାରୁଷ-ହେମରାଜ ମର୍ଡର ମାମଲା। ହାଇପ୍ରୋଫାଇଲ୍ ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇବାକୁ ହେବ ତଦନ୍ତ। ସିବିଅାଇକୁ ଏନେଇ ଗ୍ରୀନ୍‌ ସିଗନାଲ୍ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ଦ୍ଦୋଷରେ ଖଲାସ୍‌ ହୋଇଥିବା ତଲୱାର୍ ଦମ୍ପତିଙ୍କ ବିରୋଧରେ ମାମଲା ଚାଲିବ।

ଗତବର୍ଷ ଅକ୍ଟୋବରରେ ତଲୱାର ଦମ୍ପତିଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିଥିଲେ ଅାଲାହାବାଦ୍ ହାଇକୋର୍ଟ। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ସିବିଅାଇ। ହାଇକୋର୍ଟ ବିଭିନ୍ନ ସାକ୍ଷୀଙ୍କୁ ଅଣଦେଖା କରିଥିଲେ। ଏହାସହ ମାମଲାରେ ତଥ୍ୟକୁ ବିଶ୍ୱାସକୁ ନେଇ ନଥିଲେ କୋର୍ଟ ବୋଲି ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲା ସିବିଅାଇ। ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ନିମ୍ନ କୋର୍ଟଙ୍କ ରାୟକୁ ଭୁଲ୍‌ ସାବ୍ୟସ୍ତ କରିହେବ ବୋଲି କହିଛନ୍ତି ସବୋର୍ଚ୍ଚ ଅଦାଲତ।

ସୁପ୍ରିମକୋର୍ଟ ତଲୱାର୍ ଦମ୍ପତିଙ୍କ ନୋଟିସ୍ ଜାରି କରିଛନ୍ତି। ମାମଲାରେ ସିବିଅାଇକୁ ସାହାଯ୍ୟ କରିବା ପାଇଁ କହିଛନ୍ତି କୋର୍ଟ। ସର୍ବୋଚ୍ଚ ଅଦାଲତଙ୍କ ଅନୁମତି ପରେ ଏବେ ତଲୱାର ଦମ୍ପତିଙ୍କ ଉପରେ ମାମଲା ଚାଲିବ। ଅାରୁଷିଙ୍କ ବାପା ରାଜେଶ ଏବଂ ମାଅା ନୁପୁର ତଲୱାରଙ୍କୁ ପୁଣି ଥରେ ଜେରା କରିବ ସିବିଅାଇ। ହତ୍ୟା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରିବ। ତେବେ ପୂର୍ବରୁ ହାଇକୋର୍ଟ ଦ୍ୱାରା ଭତ୍ସନା ହୋଇଥିବା ସିବିଅାଇ, କେଉଁ ଅାଧାରରେ ମାମଲାକୁ ବଢ଼ାଇବ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା।

ସେହି ଘଟଣା ଏମିତି ଥିଲା –

୧୬ ମେ ୨୦୦୮ । ନୋଏଡାରେ ଥିବା ରାଜେଶ ତଲୱାରଙ୍କ ଘର ବେଡରୁମ୍‌ରୁ ମିଳିଥିଲା ୧୩ ବର୍ଷିୟା ଅାରୁଷଙ୍କ ମୃତଦେହ। ଏହାର ଠିକ୍ ଗୋଟିଏ ଦିନ ପରେ ଛାତ ଉପରୁ ମିଳିଥିଲା ଘରର ସହାୟକ ହେମରାଜଙ୍କ ରକ୍ତ ଜୁଡୁବୁଡୁ ଶରୀର। ପ୍ରଥମେ ଦିଲ୍ଲୀ ପୁଲିସ୍‌ ଏବଂ ପରେ ସିବିଅାଇ ମାମଲାର ତଦନ୍ତ କରିଥିଲା। ତଲୱାର୍ ଦମ୍ପତିଙ୍କୁ ଅଭିଯୁକ୍ତ ଦର୍ଶାଇ ମାମଲା ଦାଏର କରିଥିଲା ତଦନ୍ତକାରୀ ସଂସ୍ଥା। ତେବେ ପ୍ରାୟ ୧୧ ବର୍ଷ ଧରି ମାମଲା ଚାଲିବା ପରେ ଏନେଇ ଅାଲ୍ଲାହାବାଦ୍ କୋର୍ଟ ଶୁଣାଇଥିଲେ ରାୟ । ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍‌ କରିଥିଲେ କୋର୍ଟ ଏବଂ ସିବିଅାଇ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ।

You might also like