ଏଣିକି ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସରକାରୀ ହେଉ କିମ୍ବା ବେସରକାରୀ କର୍ମଚାରୀ, ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେଲା ଆରୋଗ୍ୟ ସେତୁ ଆପ୍‌। ସମସ୍ତେ ଏହି କରୋନା ଟ୍ରାକିଂ ଆପ୍‌କୁ ଡାଉନ୍‌ଲୋଡ୍‌ କରିବେ। ଏଥିପାଇଁ ସଂସ୍ଥାର ମୁଖ୍ୟ କର୍ମଚାରୀମାନଙ୍କୁ ଆପ୍‌ ଡାଉନ୍‌ଲୋଡ୍ କରିବାକୁ ନିର୍ଦ୍ଦେଶ ଦେବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

କେବଳ ଏତିକି ନୁହେଁ ସଂସ୍ଥାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଯେମିତ ଏହି ଆପ୍ ଡାଉନ୍‌ଲୋଡ୍ କରିବା ସେ ନେଇ ସୁନିଶ୍ଚି କରିବାକୁ ମଧ୍ୟ କୁହାଯାଇଛି।

ସେହିଭଳି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଲୋକ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ କରିବା ବାଧ୍ୟତାମୂଳକ କରାଯାଇଛି।

ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ସରକାରୀ ଓ ଘରୋଇ କ୍ଷେତ୍ରରେ କର୍ମଚାରୀମାନେ ଆରୋଗ୍ୟ ସେତୁ ଆପର ବ୍ୟବହାର କରିବାକୁ ବାଧ୍ୟ। କର୍ମଚାରୀମାନେ ଏହାର ଶତପ୍ରତିଶତ ବ୍ୟବହାର କରୁଛନ୍ତି କି ନାହିଁ, ସେକଥା ସଂସ୍ଥାର ମୁଖ୍ୟମାନେ ତଦାରଖ କରିବେ।”

ଏହି ଆପ ଦ୍ୱାରା କରୋନା ରୋଗୀଙ୍କ ସମ୍ପର୍କରେ ତଥ୍ୟ ମିଳିପାରିବ। ସେହିପରି ଆପ ଦ୍ୱାରା ଜଣେ ବ୍ୟକ୍ତି, ତାଙ୍କ ଆଖପାଖରେ କରୋନା ରୋଗୀ ରହିଛନ୍ତି କି ନାହିଁ ସେକଥା ମଧ୍ୟ ଜାଣିପାରିବେ।

ତେବେ ଏହି ଆପ୍‌ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ପରେ ତଥ୍ୟ ଗୋପନୀୟତାକୁ ନେଇ ପ୍ରଶ୍ନ ଉଠିଛି।

You might also like