ରୋହିତ ସରଦାନାଙ୍କ ମୃତ୍ୟୁ ଖବର ପଢିବା ବେଳେ କାନ୍ଦି ପକାଇଲେ ନ୍ୟୁଜ ଆଙ୍କର

ନୂଆଦିଲ୍ଲୀ: ବିଶିଷ୍ଟ ସାମ୍ବାଦିକ, ସିନିୟର ଆଙ୍କର ତଥା ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ରୋହିତ ସରଦାନାଙ୍କ ଅକାଳ ବିୟୋଗରେ ମିଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଲୋକପ୍ରିୟ ଘରୋଇ ନ୍ୟୁଜ ଚାନେଲ ଆଜ ତକ୍‌ରେ ତାଙ୍କର ଦମଦାର ସ୍ୱର ଆଉ ଶୁଣିବାକୁ ମିଳିବନି । ତାଙ୍କର ଅକାଳ ମୃତ୍ୟୁରେ ସତେ ଯେପରି ସ୍ତବ୍ଧ ହୋଇଯାଇଛି । ଏପରିକି ତାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରକେ ଆଜ ତକ୍ ଆଙ୍କର ନିଜର କୋହକୁ ସମ୍ଭାଳି ପାରିନଥିଲେ । ମୃତ୍ୟୁ ସମ୍ପର୍କିତ ନ୍ୟୁଜ୍ ପରିବେଷଣ କଲାବେଳେ କାନ୍ଦି ପକାଇଥିଲେ । ଆଉ କାନ୍ଦି କାନ୍ଦି ନ୍ୟୁଜ ପଢିବା ସହ ସରଦାନାଙ୍କ ସାମ୍ବାଦିକତାର ଜୀବନୀ ବଖାଣିଥିଲେ ।

ସେ କହିଥିଲେ ଯେ ଗତ ଶନିବାର ଏକାଠି ଆମେ ଆଙ୍କରିଂ କରୁଥିଲୁ । ପରେ କରୋନା ସେ ସଂକ୍ରମିତ ହୋଇଥିଲେ । ମୋତେ ଟେଷ୍ଟ କରାଇନେବା ପାଇଁ ସେ କହିଥିଲେ । କିନ୍ତୁ ଆଜି ପ୍ରଥମେ ରୋହିତ୍ ଆସିୟୁରେ ଥିବା ନେଇ ଫୋନ୍ ଆସିଥିଲା । ପୁଣି ଭେଣ୍ଟିଲେଟର୍ ଥିବା ନେଇ ଫୋନ୍ ଆସିଲା । ମୁଁ ସକାଳୁ ବୁଲେଟିନ୍ ପଢୁଥିଲି କିନ୍ତୁ ମୋତେ ବହୁତ ଡର ଲାଗୁଥିଲା । ମୁଁ ତାଙ୍କର ଶୀଘ୍ର ସୁସ୍ଥ ହେବା ନେଇ କେବଳ ପ୍ରାର୍ଥନା କରୁଥିଲି । ଏଭଳି ଦୁଃଖଦ ଖବର ନେଇ ଆମକୁ ଫୋନ୍ ଆସିବ, ଏକଥା ଆମେ କେବେ ବି ଭାବି ନଥିଲୁ । ଆମେ ସମସ୍ତେ ଗୋଟିଏ ପରିବାର ହୋଇ ରହିଥିଲୁ । ତୁମର ମୃତ୍ୟୁ କେବଳ ତୁମ ପରିବାର ପାଇଁ କ୍ଷତି ନୁହେଁ, ମୋ ପାଇଁ ବହୁତ ବଡ କ୍ଷତି ।

source: AAJ Tak

ସେହିପରି ବରିଷ୍ଠ ସାମ୍ବାଦିକା ଅଞ୍ଜନା ଓମ୍ କଶ୍ୟପ ଫୋନ୍ କଲ୍‌ରେ ଲାଇଭରେ କଥା ହେବା ବେଳେ ନିଜ କୋହକୁ ସମ୍ଭଳିପାରିନଥିଲେ । କାନ୍ଦି କାନ୍ଦି କହିଛନ୍ତି ଯେ, ମୁଁ ଯେତେବେଳେ ରୋହିତଙ୍କ ସହିତ କଥା ହୋଇଥିଲେ, ସେ ପ୍ରଥମେ ମୋ ବିଷୟରେ ପଚାରିଥିଲେ । ଝିଅର ଯତ୍ନ ନେବା ସହିତ ନିଜ ପାଖରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ମୁଁ ଏହା ଶୁଣିବା ପରେ ମୋତେ ହୃଦୟକୁ ବହୁତ କଷ୍ଟ ଦେଇଛି । ମୁଁ ରୋହିତଙ୍କ ଦୁଇ ଝିଅ କଥା ଭାବି ବହୁତ ଭାଙ୍ଗି ପଡିଛି । ସବୁବେଳେ ହସଖୁସିର ଚେହେରା ରଖିଥିବା ରୋହିତ, ଏତେ ଶୀଘ୍ର ଛାଡି ଚାଲିଯିବେ ମୁଁ ଭାବି ପାରୁନି ।

You might also like