ଆଧାରକାର୍ଡ ଓ ଫୋନ୍‌ ନମ୍ବର ଦେଲେ ମିଳିବ କରୋନା ଔଷଧ

ମୁମ୍ବାଇ: ଆଧାର କାର୍ଡ ଦେଲେ ମିଳିବ କରୋନା ଔଷଧ। ମହାରାଷ୍ଟ୍ରରେ ରୋଗୀଙ୍କୁ କରୋନା ଔଷଧ ମିଳୁନଥିବା ବେଳେ ଏହାର କଳବାଜାରୀ ହେଉଛି। ବାହାରେ ଔଷଧର ଦାମ୍ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହି ଅଭିଯୋଗ ଆସିବା ପରେ କଡ଼ା କଟକଣା କରିଛନ୍ତି ମହାରାଷ୍ଟ୍ର ସରକାର। ରୋଗୀ କୋଭିଡ-୧୯ ସାର୍ଟିଫିକେଟ୍‌, ପ୍ରେସ୍‌କ୍ରିପସନ୍‌ ଏବଂ ଫୋନ୍‌ ନମ୍ବର ଦେଖାଇଲେ ଯାଇ ସେମାନଙ୍କୁ ସିଧାସଳଖ କରୋନା ଔଷଧ ଦିଆଯିବ ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି।

ସାରା ଦେଶରେ ମହାରାଷ୍ଟ୍ର କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୨.୩୮ ଲକ୍ଷ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେଣୁ ଔଷଧ ଦୋକାନ ହେଉ କିମ୍ବା ସପ୍ଲାଏର ସାମ୍ନାରେ ରୋଗୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। କେଉଁଠି ବି କରୋନା ଔଷଧ remdesivir ଏବଂ tocilizumab ମିଳୁନଥିବା ଲୋକେ ଅଭିଯୋଗ କରୁଛନ୍ତି।

ଏନେଇ ବିଭାଗୀୟ ମନ୍ତ୍ରୀ ରାଜେନ୍ଦ୍ର ସିଂହ କହିଛନ୍ତି “ ଆମ ପାଖରେ ଯଥେଷ୍ଟ ଔଷଧ ରହିଛି। କିନ୍ତୁ ଚାହିଦା ବଢ଼ିଛି। ଔଷଧର କଳାବଜାରି ହେଉଥିବା ନେଇ ଅଭିଯୋଗ  ଆସୁଛି। ତେଣୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”

ସେ କହିଛନ୍ତି “ କେବଳ କୋଭିଡ୍-୧୯ ରୋଗୀ ହିଁ ଏହି ଔଷଧ ନେଇପାରିବେ। ସେଥିପାଇଁ ତାଙ୍କୁ ଡାକ୍ତର ପ୍ରେସ୍‌କ୍ରିପସନ୍‌, ଆଧାରକାର୍ଡ ଓ ଫୋନ୍ ନମ୍ବର ଦେଖାଇବାକୁ ପଡ଼ିବ। ତେବେ ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ।” ଯଦି କେହି ଔଷଧର ଅଧିକ ଚାର୍ଜ କରୁଛନ୍ତି ତେବେ ସରକାରଙ୍କୁ ଜଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଉମା ଭାରତୀଙ୍କୁ କରୋନା

You might also like