ଅାଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବ୍ୟାଙ୍କ ଅାକାଉଣ୍ଟ, ମୋବାଇଲ ସହିତ ଲିଙ୍କ୍ ବା ସ୍କୁଲ ନାମଲେଖାରେ ଜରୁରୀ ନୁହେଁ ଅାଧାର

ନୂଆଦିଲ୍ଲୀ : ଅାଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅାଧାର ସାମ୍ବିଧାନିକ ଭାବେ ବୈଧ ବୋଲି ଦର୍ଶାଇଛନ୍ତି ସବୋର୍ଚ୍ଚ ଅଦାଲତ । ସ୍କୁଲ ଅାଡମିଶନ୍, ବ୍ୟାଙ୍କ,  ମୋବାଇଲ୍ ନମ୍ବର ପାଇଁ ଅାଧାର ନମ୍ବର ଅାବଶ୍ୟକତା ନାହିଁ ବୋଲି କହିଛନ୍ତି ସବୋର୍ଚ୍ଚ ଅଦାଲତ ।

ବାୟୋମେଟ୍ରିକ୍ ଡାଟା କୌଣସି ସଂସ୍ଥାକୁ ପ୍ରଦାନ କରିହେବ ନାହିଁ । ଏନେଇ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ବୋଲି କହିଛନ୍ତି ଅଦାଲତ । ଅାଧାରକାର୍ଡ ତଥ୍ୟ ଲିକ୍‌କୁ ନେଇ ପ୍ରଶ୍ନ ଉଠିଥିଲା । ଏନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସବୋର୍ଚ୍ଚ ଅଦାଲତ ।

କିନ୍ତୁ ପାନରେ ଆଧାର ଲିଙ୍କ୍ ବାଧ୍ୟତାମୂଳକ ଓ UGC, NEET, CBSEର ପରୀକ୍ଷା ଗୁଡ଼ିକରେ ଅାଧାର ବାଧ୍ୟତାମୂଳକ ନୁହେଁ । ଅାଧାର ତଥ୍ୟକୁ ସୁରକ୍ଷା ପାଇଁ କଡ଼ା ଅାଇନ ଅାଣିବା ସମୟ ଅାସିଯାଇଥିବା କହିଛନ୍ତି କୋର୍ଟ ।

ଏହାଛଡ଼ା ବେଅାଇନ ଅନୁପ୍ରବେଶକାରୀଙ୍କୁ ଯେପରି ଅାଧାରକାର୍ଡ ନମିଳେ ସେ ନେଇ କେନ୍ଦ୍ର ପଦକ୍ଷେପ ନେଉ ବୋଲି କହିଛନ୍ତି ଜଷ୍ଟିସ୍ ଏକେ ସିକ୍ରି । ସମାଜରେ ନାଗରିକକୁ ସ୍ୱତନ୍ତ୍ର ପରିଚୟ ଦେଇଛି ଅାଧାର ନମ୍ବର।  ଅାଧାର ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ଯାହାର କି ଏହାର ନକଲ କରିହେବ ନାହିଁ । ଗରିବଙ୍କୁ ଶକ୍ତି ଏବଂ ପରିଚୟ ଦେଇଛି ଅାଧାର । ଅାଧାରକାର୍ଡର ବୈଧତା ଏବଂ ସୁରକ୍ଷାକୁ ନେଇ ଅାଶଙ୍କା ଉଠିଥିଲା । ଯାହାକୁ ନେଇ ୬ଟି ସଂଗଠନ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ ।

ସବୋର୍ଚ୍ଚ ଅଦାଲତଙ୍କ ଗଠିତ ୫ ଜଣିଅା ସାମ୍ବିଧାନିକ ବେଞ୍ଚ ମାମଲାର ଶୁଣାଣି କରିଛନ୍ତି । ଅାଜି ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ସ୍ଥାନରେ ରାୟ ଶୁଣାଇଥିଲେ ଜଷ୍ଟିସ୍ ସିକ୍ରି ।

You might also like