ମାତ୍ର ୧୦୦ ଟଙ୍କାରେ କରନ୍ତୁ ଆଧାର କାର୍ଡରେ ଅପଡେଟ୍‌

ନୂଆଦିଲ୍ଲୀ: ଆପଣଙ୍କ ଆଧାର କାର୍ଡ ଅପଡେଟ୍‌ ଅଛି କି ? ଯଦି ହଁ ତେବେ କିଛି ସମସ୍ୟା ନାହିଁ। ଯଦି ନା’ ତା’ହେଲେ ଏବେ ହିଁ କରନ୍ତୁ ଅପଡେଟ୍। ନଚେତ୍‌ କୌଣସି ବି ମୁହୂର୍ତ୍ତରେ ସମସ୍ୟାରେ ପଡ଼ି ପାରନ୍ତି। ତେଣୁ ଅସୁବିଧାରେ ପଡ଼ିବା ଆଗରୁ ମାତ୍ର ୧୦୦ ଟଙ୍କାରେ କରି ନିଅନ୍ତୁ ଆଧାର କାର୍ଡ଼ ଅପଡେଟ୍‌।

ପରିଚୟ ପ୍ରମାଣ ପାଇଁ ସବୁଠି ଆଧାର କାର୍ଡ ବ୍ୟବହୃତ ହୋଇଥାଏ। ଏଥିରେ ଯଦି କିଛି ଭୁଲ ରହିଯାଏ ସବୁ କିଛି ଭୁଲ ପ୍ରମାଣିତ ହୋଇଥାଏ। ଏଥିରୁ ମୁକୁଳିବା ପାଇଁ UIDAI ବାୟୋମେଟ୍ରିକ ଡିଟେଲକୁ ନେଇ କିଛି ଅପଡେଟ୍‌ ଶେଆର କରିଛି। ଯଦି ଜଣେ ୟୁଜରଙ୍କ ପାଖରେ ଆଧାର କାର୍ଡ ରହିଛି ତେବେ ସେ ଆଧାର ନାମାଙ୍କନ କେନ୍ଦ୍ରକୁ ଯାଇ କିମ୍ବା ୱେବସାଇଟ୍ ଜରିଆରେ ଆଧାର କାର୍ଡ଼ରେ କିଛି ବି ପରିବର୍ତ୍ତନ କରି ପାରିବେ। ଏମିତି କି ଚୁଟକିରେ ନିଜ ନାଁର ସଂଶୋଧନ ମଧ୍ୟ କରିପାରିବେ।

ଆପଣ ନିଜ ଆଧାର କାର୍ଡରେ ଗୋଟିଏ କିମ୍ବା ଅନେକ ପରିବର୍ତ୍ତନ କରିବାକୁ ବାୟୋମେଟ୍ରିକ ଅପଡେଟ ପାଇଁ ୧୦୦ ଟଙ୍କାର ଚାର୍ଜ ଦେବାକୁ ପଡ଼ିବ। ଯଦି ଆପଣ କେବଳ ଡେମୋଗ୍ରାଫିକ ଡିଟେଲରେ ପରିବର୍ତ୍ତନ କରୁଛନ୍ତି, ତା’ହେଲେ ତେବେ ଏଥିପାଇଁ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡ଼ିବ ବୋଲି UIDAI ପକ୍ଷରୁ ଟ୍ୱିଟର ମାଧ୍ୟମରେ ସୂଚନା ଦିଆଯାଇଛି।

ଆଧାର କାର୍ଡରେ ନାମ, ଠିକଣା କିମ୍ବା ଜନ୍ମତିଥି ବଦଳିବା ପାଇଁ ଚାହୁଁଥିଲେ ଜରୁରୀ କାଗଜପତ୍ର ଜମା କରିବାକୁ ହୋଇଥାଏ।  ଏଗୁଡ଼ିକୁ ପରିଚୟ ପ୍ରମାଣପତ୍ର ଭାବେ ସ୍ୱୀକାର କରାଯାଇଥାଏ। ସେହି ଡକ୍ୟୁମେଣ୍ଟ ମଧ୍ୟରୁ ଯେ କୌଣସିକୁ ଅପଡେଟ କରିବା ବେଳେ ବ୍ୟବହାର କରାଯାଇଥାଏ।

ନାମ, ଠିକଣା ଓ ଜନ୍ମତିଥିକୁ ଛାଡି ଆଉ ପରିବର୍ତ୍ତନ ଡକ୍ୟୁମେଣ୍ଟ ବିନା କରାଯାଇ ପାରିବ। ଯେମିତିକି ମୋବାଇଲ ନମ୍ବର, ଆଧାର କାର୍ଡ଼ର ଫଟୋ କୌଣସି ଡକ୍ୟୁମେଣ୍ଟ ବିନା ପରିବର୍ତ୍ତନ କରାଯାଇପାରିବ। ଏହା ବ୍ୟତୀତ ବାୟୋମେଟ୍ରିକ୍ସ, gender ଏବଂ ଇମେଲ୍ ଆଇଡିକୁ ଅପଡେଟ କରାଯାଇପାରିବ।

ଆଧାର ନାମାଙ୍କନ, ନାଁରେ ପରିବର୍ତ୍ତନ, ଠିକଣା, gender, ମୋବାଇଲ ନମ୍ବର, ଇମେଲ ଆଇଡି, ଜନ୍ମ ତିଥି କିମ୍ବା ବାୟୋମେଟ୍ରିକ୍ସ ଭଳି ସେବାର ଲାଭ ଉଠାଇବା ପାଇଁ ନିକଟରେ ଥିବା ଆଧାର ସେବା କେନ୍ଦ୍ରକୁ ଯାଇ କରିପାରିବେ।

ଆହୁରି ପଢ଼ନ୍ତୁ

ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

You might also like